Categories: ଖେଳ

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି। ବାଂଲାଦେଶଠାରୁ ୨-୦ରେ ଟେଷ୍ଟ ସିରିଜ୍‌ ଜିତିବା ପରେ କୋହଲି କହିଥିଲେ, ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱ ସମୟରେ ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ୨୦୦୦ ମସିହ ପରଠାରୁ ହିଁ ଟେଷ୍ଟ କ୍ରିକେଟରେ ଉନ୍ନତି ଆସିଥିଲା। କୋଲହି ଏହି ମନ୍ତବ୍ୟରେ ଅସନ୍ତୁଷ୍ଟ ବ୍ୟକ୍ତ କରି ଗାଭାସ୍କର କହିଛନ୍ତି, ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଥିବାରୁ କୋହଲି ତାଙ୍କ ସପକ୍ଷରେ ମତ ଦେଇଛନ୍ତି। କିନ୍ତୁ ୭୦ ଏବଂ ୮୦ ଦଶକରେ ବି ଭାରତ ମ୍ୟାଚ୍‌ ଜିତୁଥିଲା। ସେ ସମୟରେ କୋହଲି ଜନ୍ମ ବି ହୋଇ ନ ଥିଲେ। ଏହି ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଗାଭାସ୍କର କହିଛନ୍ତି, ୭୦ ଦଶକରେ ଭାରତ ବିଦେଶରେ ବି ଟେଷ୍ଟ ଜିତୁଥିଲା। ତେଣୁ କୋହଲି ଏଭଳି ବୟାନ ପିଲାଳିଆମି ବୋଲି ସେ କହିଛନ୍ତି।

Share