Categories: ଖେଳ

ବିରାଟ କୋହଲିଙ୍କ ଦାଢିକୁ କମେଣ୍ଟ୍‌ କଲେ ପିଟରସନ୍‌, ମିଳିଲା ଏମିତି ଉତ୍ତର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ଡାଉନ୍‌ ଯୋଗୁ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି। ନିକଟରେ କୋହଲି ନିଜ ଦାଢି ଥିବା ଲୁକ୍‌ର ଏକ ଫଟୋ ଶେୟାର କରିଥିଲେ। ଫଟୋରେ ବିରାଟଙ୍କ ଦାଢି ଦେଖି ତାଙ୍କୁ ଟ୍ରୋଲ କରିଥିଲେ ଇଂଲଣ୍ଡର ପୂର୍ବତନ ଖେଳାଳି କେଭିନ୍‌ ପିଟରସନ୍‌। କୋହଲିଙ୍କୁ ଦାଢି କାଟିବାର ପରାମର୍ଶ ଦେଇଥିଲେ ପିଟରସନ। ଏହାର ଜବାବରେ କୋହଲି ତାଙ୍କୁ ତାଚ୍ଛଲ୍ୟଭରା ଓ ମଜାଦାର ଉତ୍ତର ଦେଇଥିଲେ। ‘ସେ କହିଥିଲେ, ମୋ ଫଟୋ ତୁମ ଟିକ୍‌ଟକ୍‌ ଭିଡିଓଠାରୁ ବହୁତ ଭଲ’। ଗତ ମାସରେ କୋହଲି ନିଜ ଦାଢି କାଟୁଥିବାର ଏକ ଭିଡିଓ ପ୍ରକାଶ କରିଥିଲେ। ଏହାକୁ ଦେଖି ପିଟରସନ ଲେଖିଥିଲେ ଯେ ତୁମେ ତୁମ ଦାଢିରେ ଥିବା ଧଳା ଚୁଟିକୁ ଲୁଚାଇବାକୁ ଚେଷ୍ଟା କରୁନ ତ?। ଏବେ ବିଶ୍ୱରେ କରୋନା ଯୋଗୁ ସମସ୍ତ କ୍ରିକେଟ୍‌ ସିରିଜ୍‌ ବାତିଲ କରାଯାଇଛି।

Share