Categories: ଖେଳ

ବିରାଟ କୋହଲିଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ କେତେ ଜାଣନ୍ତି

କେବଳ ନିଜ ବ୍ୟାଟିଂ  ନୁହେଁ, ଫିଟନେସ୍‌ ପାଇଁ ମଧ୍ୟ ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ  ଅନ୍ୟତମ। ନିଜକୁ ଫିଟ ରଖିବା ଉପରେ ଏବେ ସେ ବିଶେଷ ଧ୍ୟାନ ଦେଉଛନ୍ତି। ତେବେ ବିରାଟଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣି ଆଶ୍ଚର୍ଯ୍ୟ ହେବେ। ସେ ପ୍ରତ୍ୟେକଦିନ ଖାଇବାରେ ୩୫ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରନ୍ତି ସେ।  ସକାଳୁ ଉଠି ଗୋଟିଏ ସିଝା ଅଣ୍ଡା ଏବଂ ତିନୋଟି ଅଣ୍ଡାର ଆମଲେଟ ଖାଆନ୍ତି। ଏହାସହ ସେ ପାଲକ ପନିର ଖାଆନ୍ତି ଏବଂ ଫଳ ରସ ପିଅନ୍ତି। ଖରାବେଳେ ଭାତ ଏବଂ ପାଲକ ପନିର, ନଟ୍ସ ଖାଆନ୍ତି ଏବଂ ଜୁସ୍‌ ପିଅନ୍ତି। ଯାହାର ମୂଲ୍ୟ ୧୦ ହଜାରରୁ ଅଧିକ ହେବ। ସେହିପରି ରାତିରେ ଏକ ସ୍ବତନ୍ତ୍ର ଭେଜିଟେବଲ ତରକାରୀ ସହ ରୁଟି ଖାଆନ୍ତି ଏବଂ କ୍ଷୀର ପିଇଥାନ୍ତି। ବିରାଟ କୌଣସି ସାଧାରଣ ପାଣି ପିଅନ୍ତି ନାହିଁ। ତାଙ୍କ ପାଇଁ ଏକ ସ୍ବତନ୍ତ୍ର ବ୍ରାଣ୍ଡର ପାଣି ଯାହା ଫ୍ରାନ୍ସରୁ ଆସିଥାଏ। ଗୋଟିଏ ଲିଟର ପାଣିର ଦାମ ହେଉଛି ୬୦୦ ଟଙ୍କା।

Share