ବିରାଟଙ୍କ କେଶ କାଟି ବାହାବା ସାଉଁଟୁଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କରୋନା(କୋଭିଡ-୧୯) ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ରୋକିବା ପାଇଁ ସମଗ୍ର ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ ଘରେ ରହୁଛନ୍ତି। ଏହି ସମୟରେ କଳାକାରମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ସୋସିଆଲ ମିଡିଆରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନୁଷ୍କା ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଅନୁଷ୍କା ନିଜେ ବିରାଟଙ୍କ କେଶ କାଟୁଛନ୍ତି। ବିରାଟ ମଧ୍ୟ ଏହାକୁ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ବିରାଟଙ୍କ କେଶ କଟାଯିବା ପୂର୍ବର ଏବଂ ପରର ଫଟୋ ଶେୟାର ହୋଇଛି। ଏହି ଭିଡିଓରେ ବିରାଟ, ଅନୁଷ୍କାଙ୍କ ପ୍ରଶଂସକଙ୍କ ସମେତ ବଲିଉଡ୍‌ ଏବଂ କ୍ରୀଡ଼ା ଜଗତର ଅନେକ ବ୍ୟକ୍ତି କମେଣ୍ଟ କରିଛନ୍ତି। ଅଧିକାଂଶ କମେଣ୍ଟରେ ଅନୁଷ୍କାଙ୍କୁ ବାହାବା ମିଳୁଥିବା ଜଣାପଡୁଛି।

Share