Categories: ଖେଳ

ବିରାଟଙ୍କ କବାଡି ଟିମ୍‌

ନୂଆଦିଲ୍ଲୀ, ୨୮।୭: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ଛାଡି ଏବେ କବାଡି ଖେଳ ପ୍ରତି ମନବଳାଇଛନ୍ତି। ଶନିବାର ପ୍ରୋ କବାଡି ଲିଗ୍‌ର ଏକ ମ୍ୟାଚ୍‌ ଦେଖିବାକୁ ଯାଇଥିବା ବିରାଟ ମ୍ୟାଚ୍‌ ପରେ ଭାରତୀୟ କ୍ରିକେଟ ଦଳର କିଛି ଖେଳାଳିଙ୍କୁ ନେଇ ଏକ କବାଡି ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ସର୍ବାଗ୍ରେ ଥିବାବେଳେ ରବିନ୍ଦ୍ର ଜାଡେଜା, ଉମେଶ ଯାଦବ, ଋଷଭ ପନ୍ଥ, କେଏଲ ରାହୁଲ, ଜଶପ୍ରୀତ୍‌ ବୁମରାହ ଏଥିରେ ସାମିଲ ଅଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଟିମ୍‌ରେ ନିଜକୁ ସେ ସାମିଲ କରିନାହାନ୍ତି। ଏନେଇ ସେ କହିଛନ୍ତି, କବାଡି ଖେଳରେ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ। ତେଣୁ ମୋଠାରୁ ଫିଟ୍‌ ଆଥଲେଟ୍‌ ଏମାନେ ହୋଇଥିବାରୁ ସେମାନେ କବାଡିରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।

Share