ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ ସହ ତାଙ୍କୁ ମତାନ୍ତର ଯୋଗୁ ଭାରତ ହାରିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପଡିଆରେ ସର୍ବଦା ରାଗ ମୁଡ୍‌ରେ ଥିବା ବିରାଟ କିନ୍ତୁ ଅସଲ ଜୀବନରେ ଖୁବ୍‌ ଶାନ୍ତଶିଷ୍ଟ ବୋଲି ଅନୁଷ୍କା କହିଛନ୍ତି। ବେଳେବେଳେ ପଡିଆରେ ବିରାଟ ହଠାତ୍‌ ରାଗିଯାଉଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥାଏ ବୋଲି ସେ କହିଛନ୍ତି। କାରଣ ପଡିଆରୁ ଆସିଲା ପରେ ବିରାଟ ସମ୍ପୂର୍ଣ୍ଣ ବିପରୀତ। ଠିିକ୍‌ ସମୟରେ କାମ କରିବା ପାଇଁ ସେ ମୋତେ ସର୍ବଦା ପ୍ରବର୍ତ୍ତାଇ ଥାନ୍ତି ବୋଲି ଅନୁଷ୍କା କହିଛନ୍ତି। କୌଣସି କଥାରେ ରାଗି ଯିବା ମୁଁ ତାଙ୍କୁ ଭେଟିବା ପରେ କେବେ ଦେଖିନାହିଁ। ସବୁ କଥାକୁ ସେ ସହଜରେ ଗ୍ରହଣ କରିଥାନ୍ତି। ତେଣୁ ତାଙ୍କୁ ନେଇ ଯେଉଁ ଆଲୋଚନା ଚାଲିଛି ତାହା ଆଦୌ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

Share