Categories: ବାଣିଜ୍ୟ

ବିମୁଦ୍ରୀକରଣ ପରେ ଫେରିଛି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବିମୁଦ୍ରୀକରଣ ଘୋଷଣା ହୋଇଥିଲା। ୨୦୧୬-୧୭ରେ ସେତେବେଳେ ବଜାରରେ ପ୍ରଚଳନରେ ଥିବା ୧୫,୩୧,୦୭୩ କୋଟି ନୋଟ୍‌ ଫେରି ଆସିଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ ସଭାରେ ପ୍ରକାଶ କରିଛନ୍ତି। ସୂଚନାଥାଉ କି, ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରାଯାଇ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦିଆଯାଇଥିଲା। ଅନ୍ୟ କେତେକ ପ୍ରଶ୍ନର ଉତ୍ତର ଦେଇ ଠାକୁର କହିଛନ୍ତି ଯେ, ଆର୍‌ବିଆଇ ଡାଟା ଅନୁଯାୟୀ ୨୦୧୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଗ୍ରସ୍‌ ଋଣ ପ୍ରଦାନ ତୁଳନାରେ ଗ୍ରସ୍‌ ଏନ୍‌ପିଏ ପରିମାଣ ୯.୨% ରହିଥିବା ବେଳେ ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୯.୦୮ ପ୍ରତିଶତକୁ ଖସିଛି। ବର୍ତ୍ତମାନର ମୂଲ୍ୟ ହାରରେ ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ରେ ଜିଡିପି ହିସାବରେ ଏହା କ୍ରମଶଃ ୧,୫୩,୬୨,୩୮୬ କୋଟି, ୧,୭୦,୯୫,୦୦୫ କୋଟି ଏବଂ ୧,୯୦,୧୦,୧୬୪ କୋଟି ଟଙ୍କା ହେବ।

Share