Categories: ଜାତୀୟ

ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ସଙ୍କଟରେ ପଡ଼ିଛି ଭାରତୀୟ ଅର୍ଥ ବ୍ୟବସ୍ଥା: ମନମୋହନ

ନୂଆଦିଲ୍ଲୀ,୧।୯: ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରବିବାର ଟୁଇଟ୍‌ କରି କହିଛନ୍ତି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁ ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ସଙ୍କଟରେ ପକାଇଛନ୍ତି। ଗତ ୧୮ ମାସ ମଧ୍ୟରେ ଜିଡ଼ିପିରେ ସର୍ବାଧିକ ହ୍ରାସ ହୋଇ ୫ ପ୍ରତିଶତରେ ପହଞ୍ଚିଛି। ଦେଶର ଅଟୋମୋବାଇଲ୍‌ ସେକ୍ଟରରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକ ଚାକିରି ହରାଇଲେଣି। ଦେଶର ଗ୍ରାମାଞ୍ଚଳରେ ସ୍ଥିତି ଅଧିକ ଦୟନୀୟ ହୋଇଥିବା ମନମୋହନ ଅଭିଯୋଗ କରିଛନ୍ତି।

Share