Categories: ଜାତୀୟ

ବିମୁଦ୍ରୀକରଣରେ ଚାକିରି ହରାଇଥିଲେ ୫୦ ଲକ୍ଷରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣରେ ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇ ବେକାର ହୋଇଥିଲେ। ଏନେଇ ବାଙ୍ଗାଲୁର୍‌ ଅଜମୀ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ୨୦୧୬ ରୁ ୨୦୧୮ ମଧ୍ୟରେ ବିମୁଦ୍ରୀକରଣ ପ୍ରଭାବରୁ ଦେଶରେ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଥିଲା। ଲୋକଙ୍କ ପାଖରେ ନଗଦ ଅଭାବରୁ କେତେକ କାରବାର ବନ୍ଦ ହୋଇଯାଇଥିଲା। ୨୦୧୬ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମୂଲ ମଜୁରୀ ଲାଗୁଥିବା ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନ ଥିଲା। କାମଧନ୍ଧା ଅଭାବର ପ୍ରଭାବ ଯୋଗୁ ଗ୍ରାମୀଣ ଲୋକଙ୍କ ଆର୍ଥିକ ସ୍ଥିତି ଗୁରୁତର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଲୋକ ସଭା ନିର୍ବାଚନ ଚାଲୁଥିବା ବେଳେ ଏହି ରିପୋର୍ଟ ପ୍ରକାଶ ପାଇଥିବାରୁ ଏହାର ଫାଇଦା ବିରୋଧୀଙ୍କ ସପକ୍ଷରେ ଯିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share