ବିମାନ ଯାତ୍ରା ବେଳେ ମୁହଁ ହେବ ବୋର୍ଡିଂ ପାସ୍‌;ଡିଜି ଯାତ୍ରା ନାମରେ ଆରମ୍ଭ ହେବ ପ୍ରକଳ୍ପ

ନୂଆଦିଲ୍ଲୀ,୨୨-୫: ଏଣିକି ଦେଶର ସମସ୍ତ ବିମାନ ବନ୍ଦରରେ ଖୁବ୍‌ଶୀଘ୍ର ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଓ ଲମ୍ବା ଲାଇନରୁ ମୁକ୍ତି ମିଳିବାକୁ ଯାଉଛି। ବେଙ୍ଗାଲୁରୁ ବିମାନ ବନ୍ଦରରୁ ନୂତନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଇଲେକ୍ଟ୍ରୋନିକ ମାଧ୍ୟମରେ ଯାତ୍ରୀମାନେ ମୁହଁକୁ ଯାଞ୍ଚ କରି ବିମାନ ବନ୍ଦରରେ ପ୍ରବେଶ କରିପାରିବେ ବୋଲି ଜଣାପଡିଛି।
ଅସଲରେ ବିମାନ ବନ୍ଦରରେ ଏକ ଡିପାର୍ଚର କଣ୍ଟ୍ରୋଲ ସିଷ୍ଟମ ଲଗାଯିବ, ଯାହା କି ବାୟୋମେଟ୍ରିକ ଆଇଡି ଜରିଆରେ ଚେକ୍‌-ଇନ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବ। ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ‘ଡିଜି ଯାତ୍ରା’ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ। ଚଳିତ ବର୍ଷର ତୃତୀୟ ତ୍ରୈମାସରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପ୍ରକଳ୍ପ ଅଧୀନରେ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦର ବାହାରେ ଡିଜି ଯାତ୍ରା କିଓସ୍କ ଲଗାଯିବ। ଏଥିରେ ଯାତ୍ରୀଙ୍କୁ ନିଜର ରେଜିଷ୍ଟ୍ରେଶନ କରିବାକୁ ହେବ। ଘରୋଇ ଯାତ୍ରୀଙ୍କୁ ସର୍ବପ୍ରଥମେ ଏହି ପ୍ରକଳ୍ପ ଅଧୀନକୁ ଅଣାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିଦେଶ ଯାଉଥିବା ଯାତ୍ରୀଙ୍କୁ ଏହି ପ୍ରକଳ୍ପ ଅଧୀନରେ ସାମିଲ କରାଯିବ। ପ୍ରଥମେ ଭିସ୍ତାରା ଏୟାରଲାଇନ୍ସ ଜରିଆରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ। ପରେ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଏହି ପ୍ରକଳ୍ପ ଅଧୀନକୁ ଅଣାଯିବ। ସୂଚନାଥାଉ କି, ବର୍ତ୍ତମାନ ଯାତ୍ରୀମାନଙ୍କୁ ନିଜର ଟିକଟ, ପରିଚୟପତ୍ର ଏବଂ ବୋର୍ଡିଂ ପାସ୍‌କୁ ଏୟାରପୋର୍ଟ ଟର୍ମିନାଲର ଏକାଧିକ ସ୍ଥାନରେ ଦେଖାଇବାକୁ ପଡିଥାଏ।
ଏଥିଲାଗି ଯାତ୍ରୀ ଲମ୍ବା ଲାଇନରେ ଛିଡା ହେବାକୁ ବାଧ୍ୟ ହୁଏ। ବାରମ୍ବାର ବୋର୍ଡିଂ ପାସ୍‌ ଓ ପରିଚୟ ପତ୍ର ଦେଖାଇ ଯାତ୍ରୀ ଥକିଯାଏ ଓ ବିରକ୍ତ ହୁଏ। ଲମ୍ବା ଚେକିଂ କାରଣରୁ ବିମାନ ଯାତ୍ରୀଙ୍କୁ ଯାତ୍ରାର ପ୍ରାୟ ୪୫ମିନିଟ୍‌ରୁ ୧ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚତ୍ବାକୁ ପଡିଥାଏ। ଡିଜି ଯାତ୍ରା ପ୍ରକଳ୍ପ ଆରମ୍ଭ ହେବା ପରେ ଯାତ୍ରୀଙ୍କୁ ନିଜର ଟିକେଟ, ବୋର୍ଡିଂ ପାସ୍‌, ପରିଚୟ ପତ୍ର ବାରମ୍ବାର ଦେଖାଇବାର ଝଞ୍ଜଟରୁ ମୁକ୍ତି ମିଳିବ। କେବଳ ବାୟୋମେଟ୍ରିକ ଅଥବା କ୍ୟୁଆର୍‌ କୋଡ୍‌ ଜରିଆରେ ତାଙ୍କର ପରିଚୟ ସତ୍ୟତା ଯାଞ୍ଚ ହୋଇଯିବ। ଏହାଦ୍ୱାରା ବିମାନ ବନ୍ଦରରେ ଥିବା ଏକାଧିକ ଯାଞ୍ଚ ସ୍ଥାନରେ ସହଜରେ ପ୍ରବେଶ ମିଳିଯିବ। ଏହାଦ୍ୱାରା ଲମ୍ବା ଲାଇନରେ ଛିଡା ହେବାକୁ ପଡିବନି ଓ ସମୟ ସାଶ୍ରୟ ହେବ। ଏହି ସୁବିଧାର ଲାଭ ନେବା ଲାଗି ଯାତ୍ରୀଙ୍କୁ ନିଜର ନାମ, ଇ-ମେଲ୍‌ ଆଇଡି, ମୋବାଇଲ ନମ୍ବର ଏବଂ ଆଧାର କାର୍ଡ ଭଳି ପରିଚୟ ପତ୍ର ସହାୟତାରେ ଏକ ୟୁନିକ ଡିଜି ଆଇଡି ତିଆରି କରିବାକୁ ହେବ। ଟିକେଟ ବୁକିଂ ସମୟରେ ଏହି ଆଇଡିର ବ୍ୟବହାର କରିବାକୁ ହେବ। ଏହା ପରେ ଯାତ୍ରୀଙ୍କ ଯାତ୍ରା ସ୍ଥାନର ବିମାନ ବନ୍ଦରକୁ ଏୟାରଲାଇନ୍ସ କମ୍ପାନୀ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ କରାଇବେ। ପ୍ରଥମଥର ବିମାନରେ ଯାତ୍ରା କରୁଥିଲେ ଯାତ୍ରୀଙ୍କ ଆଇଡିର ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ସଫଳ ହେବା ପରେ ତାଙ୍କ ମୁହଁର ବାୟୋମେଟ୍ରିକ ନିଆଯାଇ ଆଇଡି ସହ ଯୋଡିଦିଆଯିବ।
ଥରେ ଏହି ପ୍ରକ୍ରିୟା ସଫଳ ହେବା ପରେ ବାରମ୍ବାର ବୋର୍ଡିଂ ପାସ୍‌, ପାସପୋର୍ଟ ଅଥବା ଅନ୍ୟ ପରିଚୟପତ୍ର ସାଙ୍ଗରେ ନେବାର ଅଥବା ପ୍ରଦର୍ଶନ କରିବାର ଆବଶ୍ୟକତା ପଡିବ ନାହିଁ। ବେଙ୍ଗାଲୁରୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଲିମିଟେଡ ଏମ୍‌ଡି ତଥା ସିଇଓ ହରି ମରାର୍‌ କହିଛନ୍ତି ଯେ, ଏଣିକି ଯାତ୍ରୀଙ୍କ ମୁହଁ ହିଁ ହେବ ତାଙ୍କର ବୋଡିର୍ର୍ଂ ପାସ୍‌। ଏହି ସୁବିଧା ଯୋଗୁ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡିବନି। ସେମାନଙ୍କୁ ଲମ୍ବା ଲାଇନରେ ଛିଡା ହେବାର ଆବଶ୍ୟକତା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri