Categories: ଜାତୀୟ

ବିମାନ ଦୁର୍ଘଟଣାରେ ସ୍ବାମୀ ହୋଇଥିଲେ ଶହୀଦ, ଏବେ ବାୟୁସେନାରେ ସାମିଲ ହେବେ ପତ୍ନୀ

ନୂଆଦିଲ୍ଲୀ,୧୫।୭: ୨୦୧୯ ଫେବୃୟାରୀ ୧ ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ସ୍କ୍ବାଡନ ଲିଡର ସମୀର ଅବରୋଲଙ୍କ ପତ୍ନୀ ଗରିମା ଅବରୋଲ ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛନ୍ତି। ୨୦୨୦ ଜାନୁୟାରୀରେ ସେ ବାୟୁସେନାରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସ୍ବାମୀ ଶହୀଦ ହେବା ପରେ ବେଙ୍ଗାଲୁରରେ ରହୁଥିବା ୩୩ ବର୍ଷୀୟା ଗରିମା ବାୟୁସେନାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଗରିମା ଏବେ ଫିଜିଓଥେରାପିଷ୍ଟ ସହ ଜୁମ୍ବା ଇନ୍ସପେକ୍ଟର ଅଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀରେ ବେଙ୍ଗାଲୁରରେ ବାୟୁସେନାର ବିମାନ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସ୍କ୍ବାଡନ ଲିଡର ସମୀର ଓ ପାଇଲଟ ସିଦ୍ଧାର୍ଥ ନେଗୀ ଶହୀଦ ହୋଇଥିଲେ। ଏହି ନିଷ୍ପତ୍ତି ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ବାସ୍ତବରେ ସେନାର ଜୋତା ପିନ୍ଧିବା ପରେ ଜୀବନ କିଭଳି ହୋଇଥାଏ ବୋଲି ସେ ଦେଖିବାକୁ ଚାହୁଁଛନ୍ତି। ଏଥିସହ ସ୍ବାମୀଙ୍କ ଭଳି ସମାନ ପୋଷାକ ପିନ୍ଧିବା ତାଙ୍କର ଲକ୍ଷ୍ୟ ବୋଲି ଗରିମା କହିଛନ୍ତି।

Share