Categories: ଜାତୀୟ

ବିମାନରେ ଜନ୍ମଦିନ ପାଳିଲେ ତେଜସ୍ବି: ଫଟୋ ଭାଇରାଲ

ପାଟନା,୧୧।୧୧: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବି ଯାଦବ ଏକ ଚାର୍ଟର୍ଡ ବିମାନରେ ଜନ୍ମଦିନ ପାଳିବାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଶନିବାର ତାଙ୍କର ଜନ୍ମଦିନ ଥିବା ବେଳେ ସେ ସେଦିନ ବଡଭାଇ ଜେତପ୍ରତାପଙ୍କ ସହ ମିଶି ଆର୍‌ଜେଡି କାର୍ଯ୍ୟାଳୟରେ ଏହି ଦିନକୁ ସେଲିବ୍ରେଟ କରିଥିଲେ। ଏହାପୂର୍ବରୁ ସେ ଶୁକ୍ରବାର ରାଞ୍ଚିର ରିମ୍ସ ହସ୍ପିଟାଲ ଯାଇ ପିତା ଲାଲୁ ପ୍ରସାଦଙ୍କୁ ଦେଖା କରି ଆସିଥିଲେ। ଏହାପରେ ସେ ଏକ ଚାର୍ଟର୍ଡ ବିମାନରେ ଯାତ୍ରା କରୁଥିବା ସମୟରେ କେକ୍‌ କାଟି ଜନ୍ମଦିନ ପାଳନ କରିବାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଦଳର କେତେଜଣ ନେତା ଓ ସହକର୍ମୀ ମଧ୍ୟ ରହିଥିବା ଦେଖାଯାଇଛି।

Share