ବିଭୋରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ୍‌ ପରିଚିତ। ବହୁ ସଂଘର୍ଷ କରି ସଫଳତା ପାଇଥିବା ନେହା ଏବେ ତାଙ୍କ ରିଲେସନଶିପକୁ ନେଇ ମୁହଁ ଖୋଲିଛନ୍ତି। ନିକଟରେ ତାଙ୍କର ବ୍ରେକ୍‌ ଅପ୍‌ ହୋଇ ଯାଇଥିବା ବେଳେ ଏବେ ପୁଣିଥରେ ସେ କୁଆଡେ ରିଲେସନଶିପରେ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ସେ ଟ୍ରୋଲ୍‌ ମଧ୍ୟ ହୋଇଥିଲେ। ହେଲେ ଏହି ଟ୍ରୋଲକୁ ସହି ପାରି ନ ଥିଲେ ନେହା। ଏବେ ସେ ଜଣାଇଛନ୍ତି କି ମୁଁ ବି କାହାର ଝିଅ ମୁଁବି କାହାର ଭଉଣୀ। ତେଣୁ ଆପଣମାନେ ଏମିତି କମେଣ୍ଟ ଦେବା ପୂର୍ବରୁ ଥରେ ଚିନ୍ତା କରିବା ଦରକାର। କିଛିଦିନ ହେବ ଇଣ୍ଡିଆନ୍‌ ଆଇଡଲ୍‌ କଣ୍ଟେଷ୍ଟାଣ୍ଟ ବିଭୋର ପରାସରଙ୍କ ସହ ନେହା ଡେଟିଂ କରୁଛନ୍ତି ବୋଲି ଆଲୋଚନା ହେଉଥିଲା।

Share