ବିଭିନ୍ନ ୱାର୍ଡ ସାନିଟାଇଜ କଲେ ଖବରଦାତା

ଚୌଦ୍ୱାର,୨୧ା୪(ଡି.ଏନ୍‌.ଏ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୌରପାଳିକ ଗୁଡିକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଚୌଦ୍ୱାର ପୌରପାଳିକା ତରଫରୁ ସାନିଟାଇଜ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଚୌଦ୍ୱାରସ୍ଥିତ ଅଗ୍ନିଶମ ବିଭାଗ ସହାୟତାରେ ବିଭିନ୍ନ ୱାର୍ଡକୁ ବିଶୋଧନ କରାଯାଇଥିଲା। ହେଲେ ଅଗ୍ନିଶମ ବିଭାଗର ଗାଡି ୧୯ଟି ୱାର୍ଡରେ ଥିବା ଗଳିକନ୍ଦିରେ ପସି ନ ପାରି କେବଳ ମୁଖ୍ୟ ରାସ୍ତା ଉପରେ ବିଶୋଧନ କାର୍ଯ୍ୟ କରିଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି ଖବରଦାତା ଅଜିତ୍‌ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଆଶୁତୋଷ ଦାସ, ସୁଧାକର ସାମନ୍ତରାୟ, ପ୍ରକାଶ କୁମାର ନାୟକ, ଲକ୍ଷ୍ମୀଧର ଦାସ, ସୌରେନ୍ଦ୍ର ପଣ୍ଡା, ଜୟ ପ୍ରଦୀପ ଦାସ, ଯୁବନେତା ବିମଲ କୁମାର ପରିଡା ପ୍ରମୁଖ ପୌରପାଳିକାର ବିଭିନ୍ନ ୱାର୍ଡରେ ଥିବା ମନ୍ଦିର, କ୍ଲବ ଘର, କୋଠ ଘର, ଦୋକାନ ଗୃହ ସହିତ ଗଳିକନ୍ଦିରେ ଥିବା ବାସଗୃହ ଆଦିକୁ ସାଇଟାଇଜ କରିବା କାର୍ଯ୍ୟ ଜାରି ରଖିଛନ୍ତି।