ବିଭିନ୍ନ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ଚିତ୍ରକୋଣ୍ଡା,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳର ଗାଜୁଲୁମାମୁଡ଼ି ପଞ୍ଚାୟତବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗାଜୁଲୁମାମୁଡ଼ି ପଞ୍ଚାୟତର ୧୯୦ ପରିବାରକୁ ଆଜି ପର୍ଯ୍ୟନ୍ତ ରାଶନ କାର୍ଡ ମିଳିନାହିଁ। ଏତଦ୍‌ବ୍ୟତୀତ ପିଇବା ପାଣି, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ନ ମିଳିବା, କୃଷି ସାମଗ୍ରୀ ଓ ବିହନ ଆଦି ମିଳୁନାହିଁ। ଉକ୍ତ ଦାବିପତ୍ର ପ୍ରଦାନ ପରେ ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳ ବିଭିନ୍ନ ସମସ୍ୟା ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ବହୁ ସମସ୍ୟା ଏବଂ ତା’ର ସମାଧାନ ପାଇଁ ବିଡିଓଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଦେଖା ଦେଇଥିବା ସମସ୍ୟାର ପଦକ୍ଷେପ ତୁରନ୍ତ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।