ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର : ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୬ା୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ ମିଳିଛି। ଏ ନେଇ ବର୍ତ୍ତମାନର ପୋଷ୍ଟମାଷ୍ଟର ଲିଙ୍ଗରାଜ ପାତ୍ରଙ୍କୁ ପଚାରିବାରୁ ପୂର୍ବରୁ ଥିବା ପୋଷ୍ଟମାଷ୍ଟରମାନେ କାହିଁକି ଏହା ଖୋଲିପାରିନାହାନ୍ତି, ତାହା ଆମେ ମଧ୍ୟ ଜାଣିପାରୁନାହୁଁ। ସୂଚନା ଅନୁସାରେ, ଏହି ଉପଡାକଘରେ ଗତ ନଭେମ୍ବର ୨୦୧୮ ମସିହାରୁ ନୂତନ ପାସ୍‌ବୁକ୍‌ ଖୋଲିବା ପାଇଁ ଗ୍ରାହକମାନେ ଆବେଦନ କରିଥିଲେ। ମାତ୍ର ଆଜିପର୍ଯ୍ୟନ୍ତ ତାହା ପଡ଼ିରହିଛି। କର୍ମଚାରୀ ଅଭାବ ସାଙ୍ଗକୁ ଲିଙ୍କ୍‌ ଫେଲ୍‌ ଏହାର ପ୍ରମୁଖ କାରଣ ସାଜିଥିବା ଜଣାଯାଇଛି। କର୍ମଚାରୀ ଅଭାବ ଥିଲେ ମଧ୍ୟ ଅନେକ ସମୟରେ କର୍ମଚାରୀମାନଙ୍କୁ ଡେପୁଟେଶନରେ ପଠାଯାଉଥିବା ଅନ୍ୟ ଏକ କାରଣ ହୋଇଛି। ଫଳରେ ଗ୍ରାହକମାନେ ଏଠାକୁ ବହୁ ସମୟରେ ଆସି ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଦେଇଛି। ସମସ୍ୟାରେ ଥିବା ଏହି ଡାକଘରେ ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ୩ରୁ ୪ ଜଣ ପୋଷ୍ଟ ପିଅନ କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ପ୍ରାୟ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ଚମ୍ପୁଆ ଏନ୍‌ଏସିରେ ଜଣେ ମାତ୍ର ପିଅନ କାର୍ଯ୍ୟ କରୁଛନ୍ତି। ତତ୍କାଳୀନ ସବ୍‌ଇନ୍ସପେକ୍ଟର ଏହି ସଂଖ୍ୟା କମାଇଥିଲେ। ଫଳରେ ସାଧାରଣ ଡାକ ସମେତ ରେଜିଷ୍ଟ୍ରି, ସ୍ପିଡ୍‌ ପୋଷ୍ଟ ଆଦି ପ୍ରମୁଖ କାର୍ଯ୍ୟ ଠିକ୍‌ ସମୟରେ ଗ୍ରାହକ ପାଖରେ ପହଞ୍ଚିପାରୁ ନ ଥିବା ଅଭିଯୋଗ ହୋଇଛି। ଏତଦ୍‌ ବ୍ୟତୀତ ଉପଡାକଘର କାର୍ଯ୍ୟ ପାଇଁ ବିଏସ୍‌ଏନ୍‌ଏଲ ଓ ସିଫି ପକ୍ଷରୁ ନେଟ୍‌ୱର୍କ ଦିଆଯାଉଥିଲା। ମାତ୍ର ବର୍ଷେ ହେବ ବିଏସ୍‌ଏନ୍‌ଏଲ ମୋଡେମ ପୋଡ଼ିଯାଇଥିଲେ ମଧ୍ୟ ତାହା ଠିକ୍‌ କରାଯାଇ ପାରିନାହିଁ। କେବଳ ସିଫି ନେଟ୍‌ୱର୍କ ମାଧ୍ୟମରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ତାହା ଅନେକ ସମୟରେ ଫେଲ୍‌ ରହୁଥିବା ଯୋଗୁ ଡାକଘର ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛି। ନୂତନ ମୋଡେମ ପ୍ରଦାନ କରି ଓ ପୋଷ୍ଟ ପିଅନ ସଂଖ୍ୟା ବୃଦ୍ଧି କରିବାକୁ ଗ୍ରାହକମାନେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri