ବିଭିନ୍ନ ପ୍ରାନ୍ତକୁ ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୮ା୧୧(ବ୍ୟୁରୋ):ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଟ୍ରେନ ପାଇଁ ଯାତ୍ରୀ ଆଗ୍ରହ ଦେଖାଇଛନ୍ତି। ପୁରୀ-ଅମୃତସର ସ୍ବତନ୍ତ୍ର ଟ୍ରେନରେ ପୂର୍ଣ୍ଣମାତ୍ରାରେ ସଂରକ୍ଷିତ ହୋଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ପୁରୀ-ଅମୃତସର-ପୁରୀ ସ୍ବତନ୍ତ୍ର ଟ୍ରେନ ଶନିବାରରୁ ରାତି ୧୨. ୩୫ରେ ପୁରୀରୁ ଛାଡ଼ି ଅମୃତସରରେ ସୋମବାର ରାତି ୧୨. ୩୦ରେ ପହଞ୍ଚତ୍ବ। ସେହିପରି ଅମୃତସରରୁ ମଙ୍ଗଳବାର ରାତି ୧୨. ୪୫ରେ ଛାଡ଼ି ପୁରୀରେ ଗୁରୁବାର ରାତି ସାଢେ ୧୦ରେ ପହଞ୍ଚତ୍ବ। ପାର୍ବଣ ସମୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନରେ ଯାତ୍ରୀ ଟିକେଟ ସଂରକ୍ଷଣ କରିପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ସେହିପରି ଅନ୍ୟ ପ୍ରାନ୍ତକୁ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ହେଉଛି, ପୁରୀ-ହବିବଗଞ୍ଜ (୦୧୬୬୧-୦୧୬୬୨), ଭୁବନେଶ୍ୱର-ବେଙ୍ଗାଲୁରୁ ସୁବିଧା ସ୍ବତନ୍ତ୍ର ଟ୍ରେନ (୮୨୮୪୩-୮୨୮୪୪), ପୁରୀ-ସାନ୍ତ୍ରାଗାଛି, ପୁରୀ-ଶାଲିମାର, ଭୁବନେଶ୍ୱର-ସିକନ୍ଦରାବାଦ ସାପ୍ତାହିକ ଓ ଦ୍ୱିସାପ୍ତାହିକ, ବିଶାଖାପାଟଣା-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡ଼ି, ବିଶାଖାପାଟଣା-ତିରୁପତି, ଶ୍ରୀକାକୁଲମ-କାଚେଗୁଡ଼ା, ବିଶାଖାପାଟଣା-ଆରକୁ, ଭୁବନେଶ୍ୱର – ଆନନ୍ଦବିହାର ଟର୍ମିନାଲ ସ୍ପେଶାଲ, ବିଶାଖାପାଟଣା – ଆଲାହାବାଦରେ ଯାତ୍ରୀ ଟିକେଟ ସଂରକ୍ଷଣ କରିପାରିବେ। ସ୍ପେଶାଲ ଟ୍ରେନଗୁଡ଼ିକର ମୂଳ ନମ୍ବର ‘୦’ ଓ ‘୮’ରୁ ଆରମ୍ଭ ହେଉଛି, ଯାହା ଯାତ୍ରୀଙ୍କୁ ଚିହ୍ନଟ କରିବାରେ ସହଜ ହେବ। ଏଥିସହ ନ୍ୟାଶନାଲ ଟ୍ରେନ ଇନକ୍ୱାରି ସିଷ୍ଟମ ଓ ଷ୍ଟେଶନର ଇନକ୍ୱାରି କାଉଣ୍ଟରରୁ ସ୍ବତନ୍ତ୍ର ଟ୍ରେନ ବିଷୟରେ ସବିଶେଷ ସୂଚନା ପାଇପାରିବେ।