ବିଭିନ୍ନ ଦାବି ନେଇ ଦୁଇଦିନିଆ ବଲାଙ୍ଗୀର ବନ୍ଦ ପାଳନ ଆରମ୍ଭ

ବଲାଙ୍ଗୀର ଅଫିସ, ୧୮।୧୨: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃପ୍ରତିଷ୍ଠା, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର ଆକ୍ସନ କମିଟି ନେତୃତ୍ୱରେ ବୁଧବାରଠାରୁ ଦୁଇଦିନିଆ ବନ୍ଦ ପାଳନ ଆରମ୍ଭ ହୋଇଛି। ଆକ୍ସନ କମିଟି ସଦସ୍ୟମାନେ ସକାଳୁ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ଅଫିସ, ବ୍ୟାଙ୍କ, ବୀମା ପ୍ରତିଷ୍ଠାନ, ଡାକଘର ବନ୍ଦ କରାଯାଇଛି। ଜିଲାପାଳ ଅଫିସ ସମ୍ମୁଖରେ କମିଟି ସଦସ୍ୟମାନେ ଧାରଣା ଦେଇଛନ୍ତି। ଏହି ଆନ୍ଦୋଳନକୁ ସହରର ବିଭିନ୍ନ ସାମାଜିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଗୁରୁବାର ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଆକ୍ସନ କମିଟି ପକ୍ଷରୁ କୁହାଯାଇଛି।