Categories: ରାୟଗଡା

ବିଭିନ୍ନ ଘଟଣାର ନ୍ୟାୟ ଦାବିରେ ଧାରଣା: ପୋଲିସ ପଦକ୍ଷେପ ନନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ସିପିଆଇ

ଜୟପୁର,୭ା୬(ନି.ପ୍ର.): ଆତ୍ମହତ୍ୟା, ଗଣ ବଳାତ୍କାର ଓ ହତ୍ୟା, ମାନସିକ ନିର୍ଯାତନା ଘଟଣାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିପିଆଇ। ଏହି ଦାବିରେ ପ୍ରତୀକ ପୂର୍ବାହ୍ନ ୧୦ଟାରୁ ୧୨ଟା ଯାଏ ଧାରଣା ଦେଇଛି ଜିଲା ସିପିଆଇ। ଜୟପୁର ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ସିପିଆଇ ଧାରଣା ଦେଇଥିଲା। କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗକୁ ଜିଲାବ୍ୟାପୀ ଆନ୍ଦୋଳନ ହେବ ବୋଲି ଦଳ ଚେତାବନୀ ଦେଇଛି ା ମୁମ୍ବାଇର ଏକ ସରକାରୀ ହସ୍‌ପିଟାଲର ଛାତ୍ରୀ ନିବାସରେ ସଂରକ୍ଷିତ ବର୍ଗର ମହିଳା ଡାକ୍ତର ପାୟଲ ତତଭିଙ୍କ ଆତ୍ମହତ୍ୟା ଘଟଣାର ଏହି ଅବସରରେ ନିନ୍ଦା କରାଯାଇଛି। ସେହିପରି ଉତ୍ତର ପ୍ରଦେଶର ମୁଜାଫର ନଗରରେ ୧୪ ବର୍ଷୀୟା ନାବାଳିକାଙ୍କୁ ଗଣ ବଳାତ୍କାର ପରେ ପୋଡ଼ି ହତ୍ୟା, ସାହାଜାହାନପୁରରେ ୧୬ ବର୍ଷୀୟ ମାନସିକ ଭିନ୍ନକ୍ଷମଙ୍କୁ ନିର୍ଯାତନା ଓ କୋରାପୁଟ ଜିଲା ମାଛକୁଣ୍ଡ ଅଞ୍ଚଳରେ ନାବାଳିକାଙ୍କୁ ୨ ଜଣ ନାବାଳକ ବଳାତ୍କାର କରିବା ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଧାରଣାରେ ସିପିଆଇ ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସ, ବେଣୁମାଧବ ସାହୁ ଉପସ୍ଥିତ ଥିଲେ।