ବିଭାଗୀୟ ତ୍ରୁଟି ବଢ଼ାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର, ୮ା୬(ବ୍ୟୁରୋ): ସଡ଼କ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ବାରମ୍ବାର ଭର୍ତ୍ସନା କରିବା ସତ୍ତ୍ୱେ କୌଣସି ଲାଭ ମିଳୁନାହିଁ। ରାସ୍ତା ଦୁର୍ଘଟଣା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ବହୁ ଆଗରେ ରହିଛି। ସରକାରଙ୍କ କାର୍ଯ୍ୟରେ ତ୍ରୁଟି କାରଣରୁ ଏଭଳି ଅଭାବନୀୟ ଘଟଣା ବଢ଼ି ଚାଲିଥିବା ଜଣାପଡିଛି। ୨୦୧୮ ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୩୯୨ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୯ ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୫୮୦ରେ ପହଞ୍ଚିଛି। ଯେଉଁସବୁ ବିଭାଗକୁ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ଦାୟିତ୍ୱ ଦିଆଯାଇଛି, ସେମାନେ ଠିକଣା ଢଙ୍ଗରେ କାର୍ଯ୍ୟ କରୁ ନ ଥିବା ଯୋଗୁ ଏଥିରେ ରୋକ ଲଗାଯାଇପାରୁ ନାହିଁ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ରାଜ୍ୟ ସରକାର ପକ୍ଷରୁ ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କ’ଣ କରାଯାଉଛି ସେନେଇ ପ୍ରତ୍ୟେକ ମାସରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏତେସବୁ ବ୍ୟବସ୍ଥା ପରେ ମଧ୍ୟ କୌଣସି ପ୍ରକାର ସୁଧାର ଆସୁନାହିଁ। ଏବେ ସୁପ୍ରିମକୋର୍ଟ କମିଟି ରାଜ୍ୟ ସରକାରଙ୍କ ପାଇଁ କଣ୍ଟା ବୋଲି କେତେଜଣ ଅଧିକାରୀ ମତ ରଖିଛନ୍ତି।
ଦୁର୍ଘଟଣାଜନିତ ମୃତ୍ୟୁ ପଛରେ ମଦ ପିଇ ଗାଡ଼ି ଚଳାଇବା ମୁଖ୍ୟ କାରଣ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହାସହ ଅଧିକାଂଶ ଦୁର୍ଘଟଣା ଦୁଇଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟୁଛି। ତେଣୁ ଏ ଦିଗରେ ଲୋକଙ୍କୁ ସଚେତନ କରାଇବାରେ ଗୃହବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। କେବଳ ହେଲ୍‌ମେଟ୍‌ ଚେକିଂ ଏବଂ ଜରିମାନା ଆଦାୟ କରି ପୋଲିସ ରହିଯାଉଛି। ଦୁର୍ଘଟଣା ରୋକିବାକୁ ଯାହା କରାଯିବା କଥା ସେଦିଗରେ ପୋଲିସ ଠିକ୍‌ ଢଙ୍ଗରେ କାର୍ଯ୍ୟ କରୁନାହିଁ। ଆଗରୁ ନିଶାସକ୍ତ ଚାଳକଙ୍କଠାରୁ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଥିଲା। ହେଲେ ଏବେ ସେମାନଙ୍କୁ ସିଧା କୋର୍ଟଚାଲାଣ କରାଯିବା ବ୍ୟବସ୍ଥା ରହିଛି। କୌଣସି ଚାଳକ ମଦ ପିଇ ଗାଡି ଚଳାଉଥିବା ପୋଲିସ ଯଦି ସନ୍ଦେହ କରେ ତେବେ ତାଙ୍କୁୁ ପ୍ରଥମେ ଅଟକାଇ ବ୍ରେଥ୍‌ ଆନାଲାଇଜର୍‌ ଜରିଆରେ ଟେଷ୍ଟ କରିବ। ହେଲେ ପୋଲିସ ଏହା କରିବା ପରିବର୍ତ୍ତେ ଜରିମାନା ନେଇ ସେମାନଙ୍କୁ ଛାଡ଼ି ଦେବା ଯୋଗୁ ଲୋକେ ସଚେତନ ହୋଇପାରୁନାହାନ୍ତି। ଏଣିକି ନିଶାସକ୍ତ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ପିଇ ଗାଡ଼ି ଚଳାଇଲେ ଚାଳକଙ୍କୁ ସିଧା କୋର୍ଟାଚାଲାଣ କରାଯିବ। ଏ ଦିଗରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ସଡ଼କ ପରିବହନ ବିଭାଗ ଥାନାଗୁଡ଼ିକୁ ଅବଗତ କରାଇବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ସଡ଼କ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେବାପରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ପୋଲିସକୁ ଆବଶ୍ୟକ ଅନୁଯାୟୀ ବ୍ରେଥ୍‌ ଆନାଲାଇଜର୍‌ ସଡ଼କ ପରିବହନ ବିଭାଗ ଯୋଗାଇଦେବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଛି। ପୋଲିସ ରାଜପଥରେ ପାଟ୍ରୋଲିଂ କରି ସତର୍କତା ସୃଷ୍ଟି କରିବା ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛି। ଯେଉଁଥିପାଇଁ ରାଜପଥ ଦୁର୍ଘଟଣାରେ ବେଶି ଜୀବନ ଚାଲିଯାଉଛି। ଏହାପଛରେ ଏକ ଗୁରୁତର ସମସ୍ୟା ଥିବା ଜଣାପଡ଼ିଛି। ଗୃହ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଗୃହ ବିଭାଗ ଏବଂ ଡିଜିପି ଅଫିସ୍‌ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ରାଜପଥ ପାଟ୍ରୋଲିଂ ହୋଇପାରୁନାହିଁ। କାରଣ ପାଟ୍ରୋଲିଂ ପାଇଁ ପୁରୁଣା କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଇବା ପାଇଁ ଗୃହ ବିଭାଗ କହୁଛି। ହେଲେ ଡିଜିପିଙ୍କ ଅଫିସ୍‌ ପକ୍ଷରୁ ପାଟ୍ରୋଲିଂ ପାଇଁ ନୂଆ କର୍ମଚାରୀ ନିଯୁକ୍ତି କରିବାକୁ କୁହାଯାଉଛି। ଅପରପକ୍ଷରେ ପାଟ୍ରୋଲିଂ ପାଇଁ ସଡ଼କ ପରିବହନ ବିଭାଗ ପକ୍ଷରୁ ଗୃହ ବିଭାଗକୁ ୧୦ କୋଟିରୁ ଅଧିକ ଟଙ୍କା ଦିଆଯାଇଛି, ଯାହା ବିଭାଗ ଓ ଡିଜିପି କାର୍ଯ୍ୟାଳୟରେ ଚାଲିଥିବା ମତଭେଦ ଯୋଗୁୁ ପଡ଼ିିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri