Categories: ଜାତୀୟ

ବିବିଧତାରେ ଏକତା ଭାରତର ବିଶେଷତା: ମୋଦି

ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦିଲ୍ଲୀର ୧୭୩୪ ଅବୈଧ ବସତିକୁ ବୈଧ କରିଥିବାରୁ ଦିଲ୍ଲୀ ଭାଜପା ପକ୍ଷରୁ ରାମଲୀଳା ମଇଦାନରେ ରବିବାର ଏକ ଧନ୍ୟବାଦ ରାଲିର ଆୟୋଜନ କରାଯାଇଛି। ଆୟୋଜିତ ରାଲିରେ ଯୋଗଦେଇ ମୋଦି କହିଛନ୍ତି ବିବିଧତାରେ ଏକତା ହେଉଛି ଭାରତର ବିଶେଷତା। ଦେଶରେ ଲାଗି ରହିଥିବା ସମସ୍ୟାକୁ ଲଟକାଇ ରଖିବା ଭାଜପାର ଉଦ୍ଦେଶ୍ୟ ନୁହେଁ। ଏହାର ଶୀଘ୍ର ସମାଧାନ କରାଇବାରେ ଭାଜପା ବିଶ୍ୱାସ ରଖେ। ଭାଜପାର ନିଷ୍ପତ୍ତି ଯୋଗୁ ୪୦ ଲକ୍ଷ ଲୋକଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ଏବେ ସେମାନେ ଭାରତୀୟ ନାଗରିକ ପାଲଟି ଯାଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ପକ୍ଷରୁ ଆୟୋଜିତ ହୋଇଥିବା ଏହି ରାଲି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Share