Categories: ଜାତୀୟ

ବିବାହ, ହନିମୁନ୍‌ ପାଇଁ ୭ବର୍ଷର ଶିଶୁଙ୍କୁ ଅପହରଣ କଲେ ଯୁବକ

କାନପୁର, ୩୦।୫: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପାଖରେ ଟଙ୍କ ନ ଥିବାରୁ ନିଜ ବିବାହ ଏବଂ ହନିମୁନ ପାଇଁ ଦେଢବର୍ଷର ଶିଶୁଙ୍କୁ ଅପହରଣ କରି ନେଇ ଦେଢ ଲକ୍ଷ ଟଙ୍କାରେ ବିକିଦେଇଛନ୍ତି। ସୂଚନାଯୋଗ୍ୟ, କାନପୁରର ଡୁଡିଆମଉ ଗାଁରେ ରହୁଥିବା ରାଜୁ ସବୁତା କ୍ଷେତରେ ଚାଷ କରନ୍ତି। ତାଙ୍କ ପରିବାରରେ ସ୍ତ୍ରୀଙ୍କ ସହ ଦୁଇ ପୁଅ ଅଭିଷେକ(୯) ଏବଂ ବିବେକ(୭) ରୁହନ୍ତି। ଅଚାନକ ଗାଁରେ ଖେଳୁଥିଲାବେଳେ ବିବେକ କୁଆଡେ ପଳାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଲିସରେ ଏତଲା ଦେଇଥିଲେ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା। ପ୍ରିୟାଶୁଂ ମିଶ୍ର ନାମକ ଜଣେ ଯୁବକ ବିବେକଙ୍କୁ ନିଜ ଗାଡିରେ ବସାଇ ନେଉଥିବା ଗାଁ ଲୋକେ ଦେଖିଥିବା ପୋଲିସକୁ କହିଥିଲେ। ଫୋନ୍‌ କଲ୍‌ ଆଧାରରେ ପୋଲିସ ପ୍ରିୟାଶୁଂଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା। ମେ ୨୮ରେ ବିବାହ ବେଦୀରେ ବସିଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ପୋଲିସ ଆଗରେ ନିଜ ଭୁଲ ସ୍ବୀକାର କରିଥିଲେ ପ୍ରିୟାଶୁଂ। ବିବାହ ପରେ ହନିମୁନ୍‌ ଯିବା ପାଇଁ ଯୋଜନା କରିଥିଲି। କିନ୍ତୁ ପାଖରେ ଟଙ୍କା ନ ଥିବାରୁ ବାଧ୍ୟ ହୋଇ ଏଭଳି ଭୁଲ କରିଥିଲି ବୋଲି ସେ କହିଛନ୍ତି।

Share