ବିବାହ ସାରି ଭାରତ ଫେରିଲେ ନୁସରତ ଜହାଁ

ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ବିବାହ ସାରି ଭାରତ ଫେରିଛନ୍ତି। ସ୍ବାମୀ ନିଖିଲ ଜୈନଙ୍କ ସହ ବିମାନ ବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଗତ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ନୁସରତ। ସେ ପଶ୍ଚିମବଙ୍ଗର ବ୍ୟବସାୟୀ ନିଖିଳ ଜୈନଙ୍କୁ ବିବାହ କରିଛନ୍ତି। ସୂଦୂର ତୁର୍କୀରେ କେବଳ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧୁଙ୍କ ଗହଣରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଥିଲା। ପଶ୍ଚିମବଙ୍ଗର ବସିରହାଟ ଲୋକ ସଭା ଆସନରୁ ଲଢି ଜିତିଥିଲେ ନୁସରତ। ବିବାହ ଥିବାରୁ ସେ ଏମ୍‌ପି ଭାବେ ଶପଥ ନେଇନାହାନ୍ତି। ନୁସରତଙ୍କ ପରିବାର ତରଫରୁ ଭାରତରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ ହେବ ବୋଲି କୁହାଯାଇଛି। ନୁସରତ ୨୦୧୦ ମସିହାରେ ଏକ ବିୟୁଟି କଣ୍ଟେଷ୍ଟରେ ଅଂଶଗ୍ରହଣ କରି ବିଜେତା ହେବା ପରେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ଏହାପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତାର ପାହାଚ ଚଢିଥିଲେ।

Share