ବିବାହ ସରିବା ମାତ୍ରେ ଦୁର୍ଘଟଣା: ନବଦମ୍ପତିଙ୍କ ମୃତ୍ୟୁ

ଅରେଞ୍ଜ (ଟେକ୍ସାସ),୨୬ା୮: ବିବାହର ଖୁସି ମୁହୂର୍ତ୍ତକ ମଧ୍ୟରେ ପାଣିଫୋଟକା ଭଳି ମିଳାଇଗଲା। ବିବାହ ସମ୍ପନ୍ନ ହେବାର କେଇ ମିନିଟ ପରେ ଟ୍ରାକ୍ଟର ବୋଝେଇ ଏକ ଟ୍ରେଲର ଧକ୍କାଦେଲା। ବିବାହ ସ୍ଥଳରେ ଦୁର୍ଘଟଣାରେ ନବଦମ୍ପତିଙ୍କ ଜୀବନ ଗଲା। ପଛରେ ଛିଡ଼ା ହୋଇଥିଲେ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ବଜନ। ଏଭଳି ଦୁଃଖଦ ଘଟଣା ଘଟିଛି ଆମେରିକାର ଟେକ୍ସାସରେ। ୧୯ ବର୍ଷୀୟା ମୋର୍ଗାନ ଓ ୨୦ ବର୍ଷୀୟ ବୋଦ୍ରେକ୍ସ ପିଲାଦିନୁ ପରସ୍ପରକୁ ଭଲ ପାଉଥିଲେ ଓ ବିବାହ ପାଇଁ ନିଷ୍ପତ୍ତିି ନେଇଥିଲେ। ଶୁକ୍ରବାର ଅରେଞ୍ଜ କାଉଣ୍ଟିର ଜଷ୍ଟିସ୍‌ ଅଫ ପିସ୍‌ ଡୁବୋସ୍‌-ସିମୋଣ୍ଟନ୍‌ ସେମାନଙ୍କର ବିବାହ କରାଇଥିଲେ। ବିବାହ ଶେଷ ହେବା ପରେ ଜଷ୍ଟିସ୍‌ ଅଫ୍‌ ପିସ୍‌ ପରିସରରୁ କାର ଚଳାଇ ନବଦମ୍ପତି ବାହାରିବା ବେଳକୁ ଟ୍ରେଲର ଧକ୍କା ଦେଇଥିଲା।

Share