Categories: ଫୁରସତ

ବିବାହ ସମୟରେ କନ୍ୟା ମୁଣ୍ଡରେ କାହିଁକି ସିନ୍ଦୁର ଲଗାଇଥାଏ ବର ଜାଣନ୍ତୁ

ହିନ୍ଦୁଧର୍ମରେ ବିବାହ ସମୟରେ କନ୍ୟା ମଥାରେ ବର ସିନ୍ଦୁର ଲଗାଇଥାଏ। କାରଣ ସିନ୍ଦୁରକୁ ବିବାହିତା ମହିଳାଙ୍କ ସୁହାଗର ପ୍ରତୀକ ବୋଲି କୁହାଯାଇଥାଏ। ବିବାହ ବେଦିରେ ସିନ୍ଦୁରଦାନ ବିଧିର ଏକ ଖାସ୍‌ ମହତ୍ତ୍ବ ରହିଛି, ଏହା ପରେ ହିଁ ବିବାହକୁ ପୂର୍ଣ୍ଣ ବୋଲି କୁହାଯାଇଥାଏ। ବିବାହ ପରଠାରୁ ସମସ୍ତ ବିବାହିତା ମହିଳା ସିନ୍ଦୁର ଲଗାଇବା ବିଧେୟ। ଆଜିର ସମାଜରେ ଅନେକ ମହିଳା ମଥାରେ ସିନ୍ଦୁର ଲଗାଉ ନ ଥିବା ଦେଖାଯାଉଛି। ଯାହା ପରିବାର ପ୍ରତି ବିପଦ ଆଣିଥାଏ। ଜଣେ ସଧବା ମହିଳା ମଥାରେ ସିନ୍ଦୂର ଲଗାଇଲେ ଖାଲି ସୌନ୍ଦର୍ଯ୍ୟ ବଢ଼ି ନ ଥାଏ, ସ୍ବାମୀ ତଥା ପରିବାରର ମଙ୍ଗଳ ମଧ୍ୟ ହୋଇଥାଏ।

ସିନ୍ଦୁର ଲଗାଇବା ସମୟରେ କେତେକ କଥା ପ୍ରତି ଧ୍ୟାନ ଦେବା ଉଚିତ୍‌। ନଚେତ ପରିବାରରେ ଧନ ତଥା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିଜ ସିନ୍ଦୁର କାହାକୁ ଲଗାଇବାକୁ ଦେବେ ନାହିଁ କିମ୍ବା ଅନ୍ୟ କାହା ସିନ୍ଦୁର ଆଣି ମଥାରେ ଲଗାଇବେ ନାହିଁ। ନିଜେ କିଣିଥିବା ସିନ୍ଦୁର ମଥାରେ ଲଗାଇଲେ ସ୍ବାମୀଙ୍କ ଆୟୁଷ ବଢ଼ିବା ସହ ପରିବାର ଅନ୍ୟ ସଦସ୍ୟମାନଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ। ଅନ୍ୟ କାହା ସିନ୍ଦୁର ମଥାରେ ଲଗାଇଲେ ଏହା ଅଶୁଭ ବୋଲି ବିବେଚନା କରାଯାଏ। ଏପରି କରୁଥିବା ମହିଳାଙ୍କ ସ୍ବାମୀଙ୍କୁ ଧନର ଅଭାବ ପଡ଼ିଥାଏ।

Share