Categories: ଜାତୀୟ

ବିବାହ ଭୋଜିରେ ନବ ଦମ୍ପତିଙ୍କୁ ଅଢ଼େଇ କିଲୋ ପିଆଜ ଉପହାର

ଚେନ୍ନାଇ,୯।୧୨: ତାମିଲନାଡୁରେ ପିଆଜ କିଲୋ ୨ ଶହ ଟଙ୍କାରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଆୟୋଜିତ ଏକ ବିବାହ ଭୋଜିରେ ଅତିଥିମାନେ ନବ ଦମ୍ପତିଙ୍କୁ ଅଢ଼େଇ କିଲୋ ପିଆଜ ଉପହାର ଦେଇଛନ୍ତି। ସ୍ଥାନୀୟ କୁଡ୍ଡାଲୋରରେ ହୋଇଥିବା ବିବାହ ଭୋଜିରେ ଶାହୁଲ ଏବଂ ସବରିନାଙ୍କ ବିବାହରେ ତାଙ୍କ ୬ ଜଣ ବନ୍ଧୁ ଏଭଳି କରିଛନ୍ତି। ଭୋଜିରେ ପିଆଜ ବିନା କୌଣସି ମେନ୍ୟୁ ପ୍ରସ୍ତୁତ କରିବା ଅସମ୍ଭବ। ତେଣୁ ଶାହୁଲଙ୍କୁ ଏହି ଉପହାର ଦେବା ପାଇଁ ଆମେ ଚିନ୍ତା କରିଥିଲୁ ବୋଲି ଜି.ଚେତନ କହିଛନ୍ତି। ଗୋଟିଏ ଦିନ ପୂର୍ବରୁ ପିଆଜ କିଲୋ ୧୯୫ ଟଙ୍କା ଥିଲା। ତେବେ ସେମାନେ ୫୦୦ଟଙ୍କାରେ ଉପହାର ଲାଗି ପିଆଜ କିଣିଥିବା ଚେତନ କହିଛନ୍ତି।

Share