ବିବାହ ବାର୍ଷିକୀ ପୂର୍ବରୁ ପିତା ହେଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଏବେ ପିତା ହୋଇଯାଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଛତରାଥ ମଙ୍ଗଳବାର ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଥିବା ନିଜେ କପିଲ ଟୁଇଟ୍‌ କରି ଜଣାଇଛନ୍ତି। ଏହି ଖବର ଜାଣିବା ପରେ କପିଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ ଗାୟକ ଗୁରୁ ରନଧ୍ୱା କପିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ନିଜେ ଚାଚା ହୋଇଯାଇଛନ୍ତି ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ, କପିଲ ଓ ଗିନି କଲେଜ ମେଟ୍‌ ହୋଇଥିବା ବେଳେ ୨୦୧୮ ଡିସେମ୍ବର ୧୨ରେ ଜଳନ୍ଧରରେ ବିବାହ କରିଥିଲେ।

Share