ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା , ଶିକ୍ଷକ ଗିରଫ

କପ୍ତିପଦା,୧୫ା୧୦(ଡି.ଏନ୍‌.ଏ.)- ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଶରତ ଥାନା ପୋଲିସ ସୋମବାର ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକ ହେଲେ କପ୍ତିପଦା ବ୍ଲକ ଦୋଳିପଡ଼ା ୟୁଜି ହାଇସ୍କୁଲ୍‌ର ଶିକ୍ଷକ ସୁରେଶ ଚନ୍ଦ୍ର ମାରାଣ୍ଡି। ପ୍ରତାରଣାରେ ଶିକାର ହୋଇଥିବା ଯୁବତୀ ଜଣକ ୨ ମାସର ଅନ୍ତଃସତ୍ତ୍ୱା ଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁଯାୟୀ, ପୀଡିତା ଯୁବତୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା(ନଂ.୩୬/୧୯) ରୁଜୁ କରାଯାଇଛି। ପୀଡିତାଙ୍କୁ ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟଚାଲାଣ କରାଯାଇଛି।