ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ବନ୍ତ, ୩୦।୫(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଆଗରପଡା ଥାନା ଅଞ୍ଚଳର ଜଣେ ଯୁବକ ବିବାହ ପ୍ରତିଶ୍ରୁତ ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ଗର୍ଭବତୀ ଅଛନ୍ତି ା ପୂର୍ବରୁ ଏ ଘଟଣା ଆଗରପଡା ସରପଞ୍ଚଙ୍କ ମାଧ୍ୟମରେ ସମାଧାନ ହୋଇଥିଲା ା ଏବେ ଯୁବତୀ ଜଣକ ବିବାହ କରିବାକୁ କହିବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ.୬୦/୨୦) ରୁଜୁ କରି ତଦନ୍ତ ଜାରି ରଖିଛି ା