ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟିକା ନାୟକଙ୍କ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ପୁଣି ବ୍ରେକ୍‌ଅପ୍‌ ବି କିଛି କମ୍‌ ଚର୍ଚ୍ଚିତ ବିଷୟ ବସ୍ତୁ ନୁହେଁ ବଲିଉଡ୍‌୍‌ ପାଇଁ। ଆହୁରି କେତେଜଣ କଳାକାର ଅଛନ୍ତି ଯେଉଁମାନଙ୍କର ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି କୋଙ୍କଣା ସେନ୍‌ ଶର୍ମା। କୋଙ୍କଣା ଏବେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ହେଲେ ତାଙ୍କ ପ୍ରଫେସନାଲ ଲାଇଫ୍‌ ଅପେକ୍ଷା ପର୍ସନାଲ ଲାଇଫ୍‌ ବେଶ୍‌ ଚର୍ଚ୍ଚିତ। ସେ କୁଆଡେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ୨୦୧୦ ସେପ୍ଟେମ୍ବରରେ ସେ ଲୁଚିଛପି ତାଙ୍କ ପୁରୁଷବନ୍ଧୁ ରଣବୀର ସୌରିଙ୍କୁ ବିବାହ କରିଥିବା ବେଳେ ୨୦୧୧ମାର୍ଚ୍ଚରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଉ ବିବାହର ଠିକ୍‌ ୫ ବର୍ଷ ପରେ ଅର୍ଥାତ୍‌ ୨୦୧୫ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ୨୦୦୭ରେ ବଲିଉଡ୍‌ ମୁଭି ‘ଆଜା ନଚ୍‌ଲେ’ର ଶୁଟିଂ ସମୟରେ କୋଙ୍କଣା ଓ ରଣବୀରଙ୍କ ଭେଟ ହୋଇଥିବା ବେଳେ ଉଭୟେ ପ୍ରେମରେ ପଡିଯାଇଥିଲେ। ପେଜ୍‌-୩ ଭଳି ଫିଲ୍ମରେ ଅଭିନୟ କରି କୋଙ୍କଣା ଦୁଇ ଦୁଇଥର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

Share