ବିବାହ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେ ବରଯାତ୍ରୀ ସହ ବର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି। ତେବେ ଶଙ୍କରପୁରରେ ଥିବା ଏମ୍‌ସିଡି ପ୍ରାଇମେରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ବିବାହ ପାଇଁ ସଜବାଜ ହୋଇଥିବା ଜଣେ ବର ତାଙ୍କ ବରଯାତ୍ରୀଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିବା ଦେଖାଯାଇଛି। ଏମାନେ ସମସ୍ତେ ଲାଇନରେ ଠିଆହୋଇ ଭୋଟ ଦେଇଥିବା ଦେଖାଯାଇଛି। ଏ ସମ୍ପର୍କରେ ଉକ୍ତ ବର ଜଣକ କୁହନ୍ତି ୫ ବର୍ଷ ମଧ୍ୟରେ ଯେ କୌଣସି ଦିନ ବିବାହ କରିହେବ। ହେଲେ ଭୋଟ ଦେବାର ଅଧିକାର ୫ ବର୍ଷରେ ଥରେ ଆସିଥିବାରୁ ଏହାକୁ ହାତଛଡା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଆସନ୍ତା ୧୧ ତାରିଖରେ ଏହାର ଗଣତି କରାଯିବ।

Share