ବିବାହ ପୂର୍ବରୁ ବ୍ୟାଚ୍‌ଲର୍‌ ପାର୍ଟି ଦେଲେ ନେହା, ଆଦିତ୍ୟ

ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ ଡେ’ରେ ହେବ ବୋଲି କୁହାଯାଉଛି। ବିବାହ ପୂର୍ବରୁ ନେହା ଏବଂ ଆଦିତ୍ୟ ବ୍ୟାଚ୍‌ଲର୍‌ ପାର୍ଟି ଦେଇଛନ୍ତି। ପାର୍ଟିର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନେହା ‘ଇଣ୍ଡିଆନ ଆଇଡଲ ୧୧’ ଶୋ’କୁ ଜଜ କରୁଥିବାବେଳେ ଶୋ’ ଉପସ୍ଥାପକ ଦାୟିତ୍ୱ ତୁଲାଉଛନ୍ତି ଆଦିତ୍ୟ। ଅନେକ ଥର ଏହି ଶୋ’ରେ ଆଦିତ୍ୟ ତାଙ୍କ ପ୍ରେମର ପରିପ୍ରକାଶ ନେହାଙ୍କ ଆଗରେ କରିଛନ୍ତି। କିନ୍ତୁ ତାହା ରିଲ ବୋଲି ଦର୍ଶକ ଭାବୁଥିବାବେଳେ ଗୋଟିଏ ଏପିସୋଡରେ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଶୋ’ରେ ଦେଖିବାକୁ ମିଳିଥିଲା। ଉଭୟ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି ଖୋଲାଖୋଲି କହିଥିଲେ। ଏହାପରଠାରୁ ନେହା ଏବଂ ଆଦିତ୍ୟ ବିବାହକୁ ନେଇ ଚର୍ଚ୍ଚା ଉଠିଥିଲା। ଉଭୟଙ୍କୁ ଶୋ’ର ଏକ ଏପିସୋଡରେ ରୋମାଣ୍ଟିକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri