Categories: ଖେଳ

ବିବାହ ପରେ ସୁଧୁରିଛି ଜୀବନଶୈଳୀ: କୋହଲି

ଲଣ୍ଡନ, ୨୮।୫: ଟିମ୍‌ ଇଣ୍ଡିଆର ‘ମିଶନ୍‌ ବିଶ୍ୱକପ୍‌’ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ବ୍ୟକ୍ତିଗତ ଜୀବନଶୈଳୀଠାରୁ ଆରମ୍ଭ କରି ତାଙ୍କ ଖେଳରେ ବହୁତ କିଛି ପରିବର୍ତ୍ତନ ଘଟିଛି ବୋଲି କହିଛନ୍ତି ବିରାଟ। ଆଗ ଅପେକ୍ଷା ମୁଁ ଅଧିକ ଦାୟିତ୍ୱସମ୍ପନ୍ନ ହୋଇଯାଇଛି। ଯାହାର ପ୍ରଭାବ ମୋ ଅଧିନାକତ୍ୱରେ ପଡିଛି। ଜଣେ ମଣିଷ ଏବଂ ଖେଳାଳି ଭାବେ ମୁଁ ସମ୍ପୂର୍ଣ୍ଣ ବଦଳିଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମେ ୩୦ରୁ ଇଂଲଣ୍ଡରେ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତ ଅଭ୍ୟାସ ମ୍ୟାଚ୍‌ ଖେଳିଛି। ଏଥର ବିଶ୍ୱକପ୍‌ ଜିତିବା ପାଇଁ ପ୍ରମୁଖ ଦାବିଦାର ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି।

Share