Categories: ଜାତୀୟ

ବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତ

ଜୟପୁର, ୧୮।୪: ରାଜସ୍ଥାନ ଜୟପୁରର ନାଗଓ୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ଶାଶୁଘର ଯାଉଥିବା କନ୍ୟାଙ୍କୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ। ଏପ୍ରିଲ ୧୬ରେ ନାଗଓ୍ବା ଗ୍ରାମର କିଶୋରଙ୍କ ଝିଅ ସୋନୁଙ୍କ ବିବାହ ଥିଲା। ବିବାହ ରାତି ୩ଟାରେ ସମ୍ପନ୍ନ ହେବା ପରେ ବରକନ୍ୟାଙ୍କ ବିଦାୟୀ ଉତ୍ସବ ହୋଇଥିଲା। ଏକ ଇନୋଭା ଗାଡିରେ ବସି ବରକନ୍ୟା ତାଙ୍କ ଶାଶୁୁଘରକୁ ଯାଉଥିଲେ। ବାଟରେ ହଠାତ୍‌ ୬-୭ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇ କନ୍ୟାକୁ ଟେକି ଆଣିଥିଲେ। ବର ଘର ପକ୍ଷର କିଛି ସମ୍ପର୍କୀୟ ଏହାକୁ ରୋକିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ପିଟିଥିଲେ। ଏନେଇ ବରଘର ପକ୍ଷରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ କନ୍ୟାକୁ ଅପହରଣ କରିନେବା ସହ ଇନୋଭା ଗାଡିର ଚାବି ମଧ୍ୟ ନେଇଯାଇଥିଲେ। ଏପର୍ଯ୍ୟନ୍ତ କନ୍ୟାର କୌଣସି ପତ୍ତା ମିଳିପାରି ନାହିଁ।

Share