ବିବାହ କଥା ଲୁଚାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀମାନେ ଲାଇମ୍‌ ଲାଇଟ୍‌ ପରେ ବି କିଛି କଥାକୁ ସିିକ୍ରେଟ୍‌ ରଖିଥାନ୍ତି। ଏପରିକି ଫ୍ୟାନ୍‌ମାନଙ୍କୁ ବର୍ଷବର୍ଷ ଧରି ଏସବୁ କଥା ଜଣାପଡ଼ି ନ ଥାଏ। ଆଉ ଯେତେବେଳେ ଜଣାପଡ଼େ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥା’ନ୍ତି। ଆଜି ଏମିତି କିଛି ଅଭିନେତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ, ଯେଉଁମାନେ ବିବାହ କରି ମଧ୍ୟ ଲୁଚାଇଥିଲେ।

ଦିବ୍ୟା ଭାରତୀ : ଦିବ୍ୟା ଭାରତୀ ଆଜି ଦୁନିଆରେ ନାହାନ୍ତି ସତ। ମାତ୍ର ସେ ପ୍ରଯୋଜକ ସାଜିଦ୍‌ ନାଡିୟାଓ୍ବାଲାଙ୍କୁ ଲୁଚିଲୁଚି ବାହା ହୋଇଯାଇଥିଲେ। ଏକଥା କେବଳ ତାଙ୍କର କିଛି ବନ୍ଧୁ ଜାଣିଥିଲେ।

ଜୁହି ଚାଓ୍ବଲା : ଜୟ ମେହଟ୍ଟାଙ୍କୁ ଜୁହି ଦୀର୍ଘଦିନ ଧରି ନିଜର ବନ୍ଧୁ କହି ଆସୁଥିଲେ। ପରେ ଜଣାପଡ଼ିଥିଲା ଦୁହେଁ ବିବାହ କରିଛନ୍ତି।

ରେଖା : କୁହାଯାଏ, ବିନୋଦ ମେହରା ତାଙ୍କ ମାଆଙ୍କ ଯୋଗୁ ରେଖାଙ୍କୁ ଲୁଚି କି ବାହା ହୋଇଯାଇଥିଲେ। କିନ୍ତୁ ଯେତେବେଳେ ତାଙ୍କ ମାଆ ଏକଥା ଜାଣିଲେ ସେ ରେଖାଙ୍କୁ ଘରୁ ତଡ଼ି ଦେଇଥିଲେ। ବିନୋଦ ମାଆଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରେଖାଙ୍କୁ ସ୍ବୀକାର କରି ନ ଥିଲେ। ପରେ ଦୁଇଜଣଙ୍କର ବିଚ୍ଛେଦ ହୋଇଯାଇଥିଲା।

Share