Categories: ଜାତୀୟ

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ଭିଲାଇ,୨୦।୪: ଅଙ୍ଗ ଦାନ ମହାପୂଣ୍ୟ। ତେବେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛତିଶଗଡ଼ ଭିଲାଇରେ ଏକ ବିବାହ ଉତ୍ସବରେ ଯୋଗଦେଇଥିବା ୬ ଶହ ଅତିଥି ନେତ୍ରଦାନ ପାଇଁ ଶପଥ ନେଇଛନ୍ତି। ସ୍ଥାନୀୟ ସେକ୍ଟର-୭ ବାସିନ୍ଦା ସଞ୍ଜୟ ପାଣ୍ଡେ ନିଜ ଛୋଟ ଝିଅ ଶ୍ରଦ୍ଧାର ବିବାହ ଉତ୍ସବରେ ଏଭଳି କରିଛନ୍ତି। ଶ୍ରଦ୍ଧାଙ୍କ ବିବାହ ଗୌରବ ପାଣ୍ଡେଙ୍କ ସହିତ ହୋଇଛି। ବିବାହ ରେ କୌଣସି ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟବହାର କରାଯାଇ ନାହିଁ। ଏହି ବିବାହ ଉତ୍ସବ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।

Share