ବିବାହିତ ମହିଳାଙ୍କ ଆତ୍ମହତ୍ୟା

ବାରଙ୍ଗ, ୧୯।୧୦(ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ବିବାହିତ ମହିଳା ଶୁକ୍ରବାର ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ସନାତନ ଜେନାଙ୍କ ଝିଅ କଲ୍ୟାଣୀ।
ପ୍ରକାଶ ଯେ, କଲ୍ୟାଣୀ ରଘୁନାଥପୁର ଗ୍ରାମର କିଶୋରଚନ୍ଦ୍ର ମାଝିଙ୍କୁ ବିବାହ କରିଥିଲେ। ଶୁକ୍ରବାର ରାତିରେ କିଶୋର ଶୌଚ ହେବାକୁ ଯାଇଥିବା ବେଳେ କଲ୍ୟାଣୀ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ। କିଶୋର ଯେତେ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। କଲ୍ୟାଣୀ ଫ୍ୟାନ୍‌ରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିବା କିଶୋର ଝରକାବାଟେ ଦେଖିବାକୁ ପାଇଥିଲେ। ପରେ ସେ କଲ୍ୟାଣୀଙ୍କ ପରିବାର ସହ ନନ୍ଦନକାନନ ଥାନାକୁ ଜଣାଇଥିଲେ। କଲ୍ୟାଣୀଙ୍କ ବାପା ସନାତନ ଶନିବାର ସକାଳେ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ କେସ୍‌ ନଂ. ୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି।