ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗ

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-ହିନ୍ଦୋଳ ଥାନା ନୂଆକୋଟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବୁଧବାର ରାତିରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି, ସେ ହିନ୍ଦୋଳ ଏନ୍‌ଏସି ପଟଣା ଗ୍ରାମର ଜଣେ ମାର୍ବଲ ମିସ୍ତ୍ରିଙ୍କ ନିକଟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ମିସ୍ତ୍ରି ଜଣକ ଠିକ୍‌ ଭାବେ ଟଙ୍କା ପଇସା ନ ଦେବାରୁ ସେ ଆଉ କାମ କରିବାକୁ ଯାଉ ନ ଥିଲେ। ବୁଧବାର ମହିଳାଙ୍କ ସ୍ବାମୀ ଘରେ ନ ଥିଲେ। ରାତିପ୍ରାୟ ୧୦ଟାରେ ସେ ନିଜର ଦୁଇ ପିଲାଙ୍କ ସହ ଶୋଇଥିବାବେଳେ ଅଭିଯୁକ୍ତ ମିସ୍ତ୍ରି ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କର ଦୁଇପୁଅ ଏହାର ସାକ୍ଷୀ ଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ଗୁରୁବାର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।