ବିବାହର ୭ ବର୍ଷ ବିତିଲାଣି, ହେଲେ ବି ନବବିବାହିତାଙ୍କଠାରୁ କମ୍‌ ଲାଗନ୍ତି ନାହିଁ ଏହି ସେଲିବ୍ରିଟି ଯୋଡ଼ି

ବମ୍ବେ: ଟେଲି ପରଦାର ହିଟ୍‌ ଯୋଡ଼ି ମଧ୍ୟରୁ ରବି ଦୁବେ-ସରଗୁନ୍‌ ମେହେଟ୍ଟା ଅନ୍ୟତମ। ୧୨/୨୪ କରୋଲ ବାଗ୍‌ ଟେଲିଭିଜନ ଧାରାବାହିକ ସେଟ୍‌ରେ ସରଗୁନ୍‌ଙ୍କୁ ଭେଟିଥିଲେ ରବି। ପ୍ରଥମ ଦେଖାରେ ରବି ଖୁବ୍‌ ଶାନ୍ତ ସ୍ବଭାବର ପୁଅ ବୋଲି ସଗୁନ ଭାବିଥିଲେ। ଶୋ’ରେ ସେମାନେ ସ୍ବାମୀ-ସ୍ତ୍ରୀ ଭୂମିକାରେ ନଜର ଆସିଥିଲେ। ଧିରେ ଧିରେ କଥା ଆଗକୁ ବଢ଼ିଥିଲା। ଅନ୍‌ ସ୍କ୍ରିନ୍‌ରୁ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିବା ବେଳେ ଏବେ ସେମାନେ ଜୀବନସାଥୀ ପାଲଟିଛନ୍ତି।

ରବି-ସରଗୁନ୍‌ଙ୍କ ମଧ୍ୟରୁ ପ୍ରଥମେ କେହି କାହାକୁ ପ୍ରପୋଜ୍‌ କରି ନ ଥିଲେ। ହେଲେ ଏକାଠି ସମୟ ଅତିବାହିତ କରୁଥିଲେ। ହେଲେ ୨୦୧୨ରେ ବଦଳିଥିଲା କଥା। ରବି ନ୍ୟାଶନାଲ ଟେଲିଭିଜନରେ ସରଗୁନ୍‌ଙ୍କୁ ପ୍ରପୋଜ୍‌ କରିଥିଲେ। ସେତେବେଳେ ରିଆଲିଟି ଶୋ’ ‘ନଚ ବଲିୟେ’ରେ ପ୍ରତିଯୋଗିଥିଲେ ଉଭୟ। ସେଠାରେ ଆଣ୍ଠୁମାଡ଼ି ବସି ହାତରେ ଆଙ୍ଗୁଠି ଧରି ବିବାହ ଲାଗି ପ୍ରସ୍ତାବ ଦେଇଥିଲେ ରବି। ସରଗୁନ୍‌ ହଁ କହିଥିଲେ। ଏବେ ସେମାନଙ୍କ ବିବାହକୁ ୭ ବର୍ଷରୁ ଅଧିକ ସମୟ ବିତିଲାଣି। ଏବେ ଏବେ ବି ସରଗୁନ୍‌ ନବ ବିବାହିତା ଭଳି ଲାଗୁଛନ୍ତି।

ସମ୍ପର୍କ ଆରମ୍ଭ ହେବା ବେଳେ ଅନେକ ସ୍ମରଣୀୟ ଘଟଣା ଘଟିଥିଲା। ସେଥିରୁ ଗୋଟିଏ ଥିଲା ଉପହାର। ପ୍ରଥମେ ରବି ଜନ୍ମଦିନରେ ସରଗୁନ୍‌ଙ୍କୁ ଏକ ଓ୍ବାଶିଂ ମେଶିନ୍‌ ଉପହାର ଦେଇଥିଲେ। ଏହା ସରଗୁନ୍‌ଙ୍କ ସହ ତାଙ୍କ ପରିବାରର ଅନେକଙ୍କୁ ଚକିତ କରିଥିଲା। ଫୁଲ ଏବଂ ଚକୋଲେଟ୍‌ ଦୀର୍ଘସ୍ଥାୟୀ ନୁହେଁ। ଏଥିପାଇଁ ଏଭଳି ଉପହାର ଦେବାକୁ ଚିନ୍ତା କରିଥିବା ରବି କହିଥିଲେ।

Share