ବିବାହର ୭ ବର୍ଷ ବିତିଲାଣି, ହେଲେ ବି ନବବିବାହିତାଙ୍କଠାରୁ କମ୍‌ ଲାଗନ୍ତି ନାହିଁ ଏହି ସେଲିବ୍ରିଟି ଯୋଡ଼ି

ବମ୍ବେ: ଟେଲି ପରଦାର ହିଟ୍‌ ଯୋଡ଼ି ମଧ୍ୟରୁ ରବି ଦୁବେ-ସରଗୁନ୍‌ ମେହେଟ୍ଟା ଅନ୍ୟତମ। ୧୨/୨୪ କରୋଲ ବାଗ୍‌ ଟେଲିଭିଜନ ଧାରାବାହିକ ସେଟ୍‌ରେ ସରଗୁନ୍‌ଙ୍କୁ ଭେଟିଥିଲେ ରବି। ପ୍ରଥମ ଦେଖାରେ ରବି ଖୁବ୍‌ ଶାନ୍ତ ସ୍ବଭାବର ପୁଅ ବୋଲି ସଗୁନ ଭାବିଥିଲେ। ଶୋ’ରେ ସେମାନେ ସ୍ବାମୀ-ସ୍ତ୍ରୀ ଭୂମିକାରେ ନଜର ଆସିଥିଲେ। ଧିରେ ଧିରେ କଥା ଆଗକୁ ବଢ଼ିଥିଲା। ଅନ୍‌ ସ୍କ୍ରିନ୍‌ରୁ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିବା ବେଳେ ଏବେ ସେମାନେ ଜୀବନସାଥୀ ପାଲଟିଛନ୍ତି।

ରବି-ସରଗୁନ୍‌ଙ୍କ ମଧ୍ୟରୁ ପ୍ରଥମେ କେହି କାହାକୁ ପ୍ରପୋଜ୍‌ କରି ନ ଥିଲେ। ହେଲେ ଏକାଠି ସମୟ ଅତିବାହିତ କରୁଥିଲେ। ହେଲେ ୨୦୧୨ରେ ବଦଳିଥିଲା କଥା। ରବି ନ୍ୟାଶନାଲ ଟେଲିଭିଜନରେ ସରଗୁନ୍‌ଙ୍କୁ ପ୍ରପୋଜ୍‌ କରିଥିଲେ। ସେତେବେଳେ ରିଆଲିଟି ଶୋ’ ‘ନଚ ବଲିୟେ’ରେ ପ୍ରତିଯୋଗିଥିଲେ ଉଭୟ। ସେଠାରେ ଆଣ୍ଠୁମାଡ଼ି ବସି ହାତରେ ଆଙ୍ଗୁଠି ଧରି ବିବାହ ଲାଗି ପ୍ରସ୍ତାବ ଦେଇଥିଲେ ରବି। ସରଗୁନ୍‌ ହଁ କହିଥିଲେ। ଏବେ ସେମାନଙ୍କ ବିବାହକୁ ୭ ବର୍ଷରୁ ଅଧିକ ସମୟ ବିତିଲାଣି। ଏବେ ଏବେ ବି ସରଗୁନ୍‌ ନବ ବିବାହିତା ଭଳି ଲାଗୁଛନ୍ତି।

ସମ୍ପର୍କ ଆରମ୍ଭ ହେବା ବେଳେ ଅନେକ ସ୍ମରଣୀୟ ଘଟଣା ଘଟିଥିଲା। ସେଥିରୁ ଗୋଟିଏ ଥିଲା ଉପହାର। ପ୍ରଥମେ ରବି ଜନ୍ମଦିନରେ ସରଗୁନ୍‌ଙ୍କୁ ଏକ ଓ୍ବାଶିଂ ମେଶିନ୍‌ ଉପହାର ଦେଇଥିଲେ। ଏହା ସରଗୁନ୍‌ଙ୍କ ସହ ତାଙ୍କ ପରିବାରର ଅନେକଙ୍କୁ ଚକିତ କରିଥିଲା। ଫୁଲ ଏବଂ ଚକୋଲେଟ୍‌ ଦୀର୍ଘସ୍ଥାୟୀ ନୁହେଁ। ଏଥିପାଇଁ ଏଭଳି ଉପହାର ଦେବାକୁ ଚିନ୍ତା କରିଥିବା ରବି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri