ବିବାହର ୭୧ ବର୍ଷ ପରେ ଏକାଠି ହେଲା ପତ୍ନୀପତିଙ୍କ ମୃତ୍ୟୁ

ବର୍ଲିନ,୧୮।୭: ଜର୍ମାନୀରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଏବେ ଖବର ପାଲଟି ଯାଇଛି। ଦୀର୍ଘ ୭୧ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା ପରେ ଏମାନଙ୍କର ଏକାଠି ମୃତ୍ୟୁ ହୋଇଛି। ସ୍ବାଭାବିକ ଭାବେ ମାତ୍ର ୧୨ ଘଣ୍ଟା ଅନ୍ତରରେ ଏମାନଙ୍କର ମୃତ୍ୟୁ ହୋଇଥିବାରୁ ଏବେ ଏହି ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସୂଚନାଯୋଗ୍ୟ, ହର୍ବଟ ଡେଲାଇଗଲ ୨୨ ବର୍ଷ ବୟସରେ ଏକ କଫି କାଫେରେ ୧୬ ବର୍ଷୀୟା ମର୍ଲିନଙ୍କୁ ଭେଟିଥିଲେ। ସେଠାରେ ସେ ମର୍ଲିନଙ୍କୁ ଡେଟିଂରେ ନେବା ପାଇଁ ପ୍ରସ୍ତାବ ଦେବାରୁ ମର୍ଲିନ ଏଥିରେ ରାଜି ହୋଇଯାଇଥିଲେ। ଏମିତି ପ୍ରାୟ ବର୍ଷେ ଚାଲିବା ପରେ ଡେଲାଇଗଲ ମର୍ଲିନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଓ ତାଙ୍କ ସହମତି କ୍ରମେ ଉଭୟେ ବିବାହ କରିଥିଲେ। ସେବେଠାରୁ ଦୀର୍ଘ ୭୧ ବର୍ଷ ହେବ ଏମାନେ ଏକାଠି ଦାମ୍ପତ୍ୟ ଜୀବନ ବିତାଇ ଆସୁଥିଲେ। ଗତ ଶୁକ୍ରବାର ସ୍ବାଭାବିକ ଭାବେ ଏମାନଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୬ ସନ୍ତାନ ଓ ୧୬ ଜଣ ନାତୁଣୀ ଓ ନାତି ମହାଆଡମ୍ବରରେ ତାଙ୍କର ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି।

Share