ବିବାହର ୧୪ ମାସ ପରେ ପ୍ରେମକାହାଣୀ କହିଲେ ସୋନମ କପୁର

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ବିବାହର ୧୪ ମାସ ପରେ ନିଜ ପ୍ରେମକାହାଣୀ ଫ୍ୟାନମାନଙ୍କୁ ଜଣାଇଛନ୍ତି। ୮ ମେ ୨୦୧୮ରେ ସୋନମ ଆନନ୍ଦ ଆହୁଜାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ଦୀର୍ଘଦିନ ପରେ କେମିତି ଆନନ୍ଦଙ୍କ ସହ ପ୍ରେମ ହେଲା ସେ ସମ୍ପର୍କରେ ଏକ ସାକ୍ଷାତକାରରେ କହିଛନ୍ତି। ସୋନମ କହିଛନ୍ତି, ମୋର ଜଣେ ବାନ୍ଧବୀ ଚାହୁଁଥିଲେ ମଁୁ ଆନନ୍ଦଙ୍କ ବେଷ୍ଟ ଫ୍ରେଣ୍ଡ ସହିତ ଡେଟ୍‌ କରେ। କିନ୍ତୁ ସେ ଡେଟ୍‌ ଆଉ ବିବାହରେ ବିଶ୍ୱାସ କରୁ ନ ଥିଲେ। ଏହା ପରେ ସୋନମ ତାଙ୍କ ବାନ୍ଧବୀଙ୍କ ବେଷ୍ଟ ଫ୍ରେଣ୍ଡ ସହ ଆନନ୍ଦଙ୍କୁ ମଧ୍ୟ ଦେଖିଥିଲେ। ପ୍ରଥମ ଥର ସୋନମ ଆନନ୍ଦଙ୍କୁ ଭେଟିଥିଲେ ଯେତେବେଳେ ଫିଲ୍ମ ‘ପ୍ରେମ ରତନ ଧନ ପାଓ’(୨୦୧୫)ର ପ୍ରମୋଶନରେ ସେ ବ୍ୟସ୍ତ ଥିଲେ। ପୂରା ସନ୍ଧ୍ୟା ପର୍ଯ୍ୟନ୍ତ ସେ ଆନନ୍ଦଙ୍କ ସହିତ କଥା ହୋଇଥିଲେ।

କିନ୍ତୁ ପ୍ରେମ କିମ୍ବା ବିବାହ କରିବେ ବୋଲି କେବେ ଭାବି ନ ଥିଲେ। ସୋନମ କୁହନ୍ତି, ଦିନେ ଆନନ୍ଦଙ୍କଠାରୁ ଫେସବୁକ୍‌ରେ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ଏଥିରେ ଗୋଟେ ମେସେଜ୍‌ ବି ଥିଲା। କ’ଣ ତୁମେ ଆଜିଯାଏ ସିଙ୍ଗଲ? ଏହି ମେସେଜ୍‌ଟି ରାତି ୨.୩୦ରେ ଆସିଥିଲା।

ଏହାର ଉତ୍ତରରେ ସୋନମ ଲେଖିଥିଲେ ତୁମେ ଏତେ ରାତିରେ ମୋତେ ମେସେଜ ପଠାଇବ ନାହିଁ। ଥରେ ସ୍କୁଲ ଟିଚର ପରି ସୋନମ ଆନନ୍ଦଙ୍କୁ କହିଥିଲେ, ତୁମେ ମୋତେ ଏତେ ରାତିରେ ମେସେଜ ପଠାଇଲେ ତୁମ ବନ୍ଧୁ ରାଗିବେ। ତୁମେ କ’ଣ କ’ଣ କରୁଛ ବୋଲି। ଏମିତି ଭାବରେ ସୋନମ ଏବଂ ଆନନ୍ଦଙ୍କ କଥା ଆଗକୁ ବଢ଼ି ପ୍ରେମ ଏବଂ ପରେ ବିବାହବନ୍ଧନରେ ବାନ୍ଧି ହୋଇଥିଲେ।

Share