ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ଜଗତ୍‌ସିଂହପୁର ଥାନା ଅଧୀନ ସିଙ୍ଘାରପୁର ନବାପାଟଣା ଗ୍ରାମର ରାଜୁ ଓରଫ ରାଜେଶ ଗୋଚ୍ଛାୟତ(୩୦)ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ସଂଖ୍ୟା ୩୮୨/୧୯ ରୁଜୁ ସହ ଅଭିଯୁକ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ସହ ରାଜୁଙ୍କ ସମ୍ପର୍କ ପାଖାପାଖି ୧ ବର୍ଷ ହେବ ବୋଲି କୁହାଯାଇଛି। ରାଜୁ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିରାଶ କରିଥିବା ନାବାଳିକା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିବା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।