Categories: ଜାତୀୟ

ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବାରୁ ରେଲଓ୍ବେ ଷ୍ଟେଶନରୁ ପିଲା ଚୋରି କଲେ ଦମ୍ପତି

ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଜାମୁଦ୍ଦିନ ରେଲଓ୍ବେ ଷ୍ଟେଶନରୁ ଏକ ୨ ବର୍ଷର ଶିଶୁ ଅପହରଣ ମାମାଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଶିଶୁଟିକୁ ଜଣେ ଦମ୍ପତି ଜାଣିଶୁଣି ଚୋରି କରିଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ଉକ୍ତ ଦମ୍ପତିଙ୍କ ବିବାହର କିଛି ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସନ୍ତାନ ହୋଇ ନ ଥିଲା। ଆଉ ସନ୍ତାନଟିଏ ଚାହୁଁଥିବା ଏହି ଦମ୍ପତି ଏକ ଅଭିନବ ଉପାୟ ଚିନ୍ତାକରି ନୂଆଦିଲ୍ଲୀର ନିଜାମୁଦ୍ଦିନ ରେଲଓ୍ବେ ଷ୍ଟେଶନ ପହଞ୍ଚି ବିଳମ୍ବିତ ରାତିରେ ସେଠାରେ ଶୋଇଥିବା ଶିଶୁମାନଙ୍କ ମଧ୍ୟରୁ ଜଣେ ୨ ବର୍ଷର ଶିଶୁକୁ ଚୋରି କରିଥିବା ଜଣାପଡିଛି। ତେବେ ଶିଶୁଟିକୁ ନ ପାଇ ତାଙ୍କ ମାତାପିତା ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଆଧାରରେ ଉକ୍ତ ଦମ୍ପତିଙ୍କୁ ଗିରଫ କରିଥିବା ପ୍ରକାଶ କରିଛି। ତେବେ ତାଙ୍କର ସନ୍ତାନ ନ ହେବାରୁ ସେମାନେ ଏପରି କରିଥିବା ମାନି ଯାଇଛନ୍ତି।

Share