Categories: ଜାତୀୟ

ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସନ୍ଦୀପ ନାମକ ଏହି ଯୁବକ ଜଣଙ୍କ ନିଜ ବିବାହ ମଣ୍ଡପରେ ରଶି ଲଗାଇ ଜୀବନ ହାରିଛନ୍ତି। ବିବାହ ପାଇଁ ଉଭୟ ବର ଏବଂ କନ୍ୟା ପକ୍ଷ ଲୋକେ ମଣ୍ଡପରେ ଉପସ୍ଥିତ ଥିଲେ। ପ୍ରସ୍ତୁତି ପାଇଁ ବର ମଣ୍ଡପର ଏକ ରୁମ୍‌କୁ ଯାଇଥିଲାବେଳେ ଆଉ ଆସି ନ ଥିଲେ। ତାଙ୍କ ସମ୍ପର୍କୀୟମାନେ କବାଡ ବାଡେଇ ଥିଲେ ମଧ୍ୟ ସେ ଖୋଲି ନ ଥିଲେ। ବାଧ୍ୟ ହୋଇ କବାଟ ଭାଙ୍ଗିବାରୁ ସନ୍ଦୀପଙ୍କୁ ରଶିରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ସନ୍ଦୀପ ହାଇଦ୍ରାବାଦର ଦିଲସୁଖନଗରରେ ରହୁଥିଲେ। ସେ ବିବାହ ପୂର୍ବରୁ କାହିଁଙ୍କି ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ।, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share