Categories: ଫୁରସତ

ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍‌ ମିଡ଼ିଆରେ ହେଲେ ଟ୍ରୋଲ୍‌

ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର ଜଣେ ୨୬ ବର୍ଷ ବୟସ୍କା ଯୁବତୀ ତାଙ୍କ ବିବାହରେ ଅତିଥିମାନଙ୍କ ପାଇଁ ୫୦ ଡଲାରର ପ୍ରବେଶ ଫି ରଖି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏନେଇ ତାଙ୍କ ୧୯ ବର୍ଷ ବୟସ୍କା ଭଉଣୀ ଡ୍ୟାଣ୍ଟି ଶିପ୍‌ ସୋସିଆଲ୍‌ ମିଡ଼ିଆ ରେଡ୍ଡିଟ୍‌ରେ ସୂଚନା ଦେଇଥିଲେ। ରବିବାର ହୋଇଥିବା ତାଙ୍କ ବିବାହ ଉତ୍ସବରେ ଅତିଥିମାନେ ପ୍ରଥମେ ଫି ପୈଠ କରିବା ପରେ ଉତ୍ସବରେ ଯୋଗ ଦେଇପାରିବେ ବୋଲି କୁହାଯାଇଥିଲା। ଏହାଦ୍ୱାରା ବିବାହ ଉତ୍ସବରେ ଖାଇବାପିଇବା ଏବଂ ସାଜସଜ୍ଜାରେ ହୋଇଥିବା ଖର୍ଚ୍ଚ ଭରଣା ହୋଇପାରିବ ବୋଲି ସେ କହିଥିଲେ। ଏହାକୁ କେତେକ ସମର୍ଥନ କରିଥିବାବେଳେ ଅନ୍ୟମାନେ ଏହାକୁ ଟ୍ରୋଲ୍‌ କରିଥିଲେ। ଏହା ଅତିଥିମାନଙ୍କ ପ୍ରତି ଅପମାନ ସଦୃଶ ବୋଲି ଲୋକେ ନିଜର ପ୍ରତିକ୍ରିୟା ଦେଇଥିଲେ।

Share