Categories: ଫୁରସତ

ବିବାହରେ ଅତିଥିଙ୍କର ହେଲା ଡାଇବେଟିସ୍‌ ଯାଞ୍ଚ୍‌

ରାଜକୋଟ୍‌, ୧୭।୨: ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍‌ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଗୁଜରାଟ ରାଜକୋଟରେ ଏଭଳି ଘଟିଛି। ଏଠାରେ ହୋଇଥିବା ମିତେଶ କକ୍କର ଏବଂ ହେନି ପୁଜରାଙ୍କ ବିବାହ ଉତ୍ସବରେ ଅତିଥିଙ୍କର ଡାଇବେଟିସ୍‌ ଏବଂ ବ୍ଲଡ୍‌ ପ୍ରେସର ଯାଞ୍ଚ୍‌ କରାଯାଇଥିଲା। ସେହିପରି ଉତ୍ସବରେ ଥାଲାସେମିଆ ସଚେତନତା ପାଇଁ ଏକ ଷ୍ଟଲ୍‌ ମଧ୍ୟ ଲଗାଯାଇଥିଲା। ଏହି ଅବସରରେ ୪୦୫ ଜଣ ଅତିଥି ନେତ୍ର ଦାନ ଏବଂ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଥିଲେ। ଏହା ମିତ୍ତଲଭାଇ ସ୍ବେତାଣୀ କରୁଣା ଫାଉଣ୍ଡେଶନ ପକ୍ଷରୁ କରାଯାଇଥିଲା।

Share