ବିବାହକୁ ନେଇ ଖୁସି ନାହାନ୍ତି ରାକ୍ଷୀ, ଭିଡିଓ ଶେୟାର କରି କହିଲେ,‘ବିବାହ କରିବା ଉଚିତ ନୁହେଁ’

ବମ୍ବେ: ସବୁବେଳେ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ନିକଟରେ ସେ ବିବାହ କରିଥିବା କଥା ସାମ୍ନାକୁ ଆସିଥିଲା। ସେ ବେକରେ ମଙ୍ଗଳସୂତ୍ର ପକାଇ ସିନ୍ଥିରେ ସିନ୍ଦୁର ଭରି ଅନେକ ଫଟୋ ଓ ଭିଡିଓ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଥିଲା। ହେଲେ ଏଯାବତ୍‌ ସେ କାହାକୁ ବିବାହ କରିଛନ୍ତି ତାହା ଜଣାପଡ଼ିନାହିଁ। ଅପରପକ୍ଷେ ଏବେ ଏକ ଭିଡିଓ ଶେୟାର କରି ରାକ୍ଷୀ କେବେ ବିବାହ କରିବା ଉଚିତ ନୁହେଁ ବୋଲି କହିଛନ୍ତି। ଭିଡିଓରେ ସେ ଦୁଃଖୀ ଥିବା ଭଳି ଲାଗୁଛନ୍ତି। ଏବେ ଏହା ଭାଇରାଲ ହେବା ସହ ରାକ୍ଷୀ ନିଜ ବିବାହକୁ ନେଇ ଖୁସି ନ ଥିବା ଚର୍ଚ୍ଚା ହେଉଛି।

ତେବେ ଚଳିତ ବର୍ଷ ଜୁଲାଇ ୨୮ରେ ବମ୍ବେର ଏକ ହୋଟେଲ୍‌ରେ ରାକ୍ଷୀ ଚୁପ୍‌ଚାପ୍‌ ବିବାହ କରିଛନ୍ତି। ଏ ବିଷୟରେ କାହାକୁ ଜଣାଇ ନ ଥିଲେ ହେଁ ବିବାହ ପରେ ସେ ଫଟୋଶୁଟ୍‌ କରି ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଥିଲେ। ଏପରିକି ସେ ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀଙ୍କୁ ବିବାହ କରିଥିବା କହି ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ। ହାତରେ ପିନ୍ଧିଥିବା ଚୁଡ଼ିରୁ ତାଙ୍କ ସ୍ବାମୀଙ୍କ ନାମ ରିତେଶ ବୋଲି ଜଣାପଡ଼ିଥିଲା। ହେଲେ ସ୍ବାମୀ ମିଡିଆ ସମ୍ମୁଖକୁ ଆସିବାକୁ ରାଜି ହେଉ ନ ଥିବାରୁ ସେ ତାଙ୍କୁ ଦେଖାଇବାକୁ ଚାହୁଁ ନ ଥିବା କହିଥିଲେ। ଏବେ ଏଭଳି ଭିଡିଓ ଶେୟାର କରି ରାକ୍ଷୀ ବିବାହ କରନାହିଁ ବୋଲି କହିଛନ୍ତି।

Share