ବିବାହକୁ ଡରି ଘରୁ ପଳାଇଯାଇଥିବା ମାଣ୍ଡେଲା ଶେଷରେ ୩ ଜଣଙ୍କୁ ବିବାହ କରିଥିଲେ

କେପ୍‌ ଟାଉନ୍‌,୧୮।୭: ବର୍ଣ୍ଣ ବୈଶମ୍ୟକୁ ନେଇ ସ୍ବର ଉତ୍ତୋଳନ କରିଥିବା ଦକ୍ଷିଣ ଆଫିକ୍ରାର ନେତା ନେଲସନ ମାଣ୍ଡେଲା ଘରେ ଘରେ ବେଶ୍‌ ପରିଚିତ। ତାଙ୍କୁ ‘ଚାମ୍ପିୟନ ଅଫ୍‌ ଫ୍ରିଡମ’ ବୋଲି କୁହାଯାଏ। ବର୍ଣ୍ଣବୈଶମ୍ୟକୁ ନେଇ ସେ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୨୭ ବର୍ଷ କାଳ ଲଢେଇ କରିଥିଲେ। ତାଙ୍କୁ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଗାନ୍ଧୀ ବୋଲି କୁହାଯାଏ। କାରଣ ସେ ଗାନ୍ଧିଜୀଙ୍କ ଭଳି ଅହିଂସାରେ ବିଶ୍ୱାସ କରୁଥିଲେ। ଗାନ୍ଧିଜୀଙ୍କୁ ସେ ପ୍ରେରଣା ବୋଲି ଭାବିବା ସହ ତାଙ୍କରି ପଥ ଅନୁସରଣ କରୁଥିଲେ। ମାଣ୍ଡେଲାଙ୍କୁ ‘ଭାରତ ରତ୍ନ’ ସହ ‘ନୋବେଲ ଶାନ୍ତି ପୁରସ୍କାର’ରେ ମଧ୍ୟ ସମ୍ମାନୀତ କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ସେ ଥିଲେ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି। ୧୯୧୮ଜୁଲାଇ ୧୮ରେ ଜନ୍ମ ନେଇଥିବା ମାଣ୍ଡେଲା ପ୍ରଥମରୁ ବର୍ଣ୍ଣବୈଶମ୍ୟର ଶିକାର ହୋଇଥିବା ବେଳେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଜଣେ କ୍ରାନ୍ତିକାରୀ ଭାବେ ମାଣ୍ଡେଲାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପରିବାର ଲୋକେ ତାଙ୍କୁ ବିବାହ ଦେବାକୁ ସ୍ଥିର କରିଥିଲେ। ହେଲେ ସେ ତାଙ୍କ ଲକ୍ଷ୍ୟରୁ ବାହାରି ନ ଯିବାକୁ ଚାହୁଁଥିବାରୁ ଘରଛାଡି ଜୋହାନସବର୍ଗ ଚାଲି ଯାଇଥିଲେ। ସେଠାରେ ସେ ଉଚ୍ଚଶିକ୍ଷା ସହ ୧୯୪୪ରେ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସରେ ଯୋଗ ଦେଇଥିଲେ। ଏହାସହ ନିଜର ଯୁବଶାଖା ଖୋଲିଥିଲେ। ସେହିବର୍ଷ ହିଁ ଏଲବିନ ନୋଟୋକ ମସେଙ୍କ ସହ ତାଙ୍କର ଦେଖା ହୋଇଥିଲା ଓ ସେ ତାଙ୍କୁ ପ୍ରଥମ ପତ୍ନୀ ଭାବେ ଗ୍ରହଣ କରିଥିଲେ। ଏମାନଙ୍କର ୪ଟି ସନ୍ତାନ ଥାଇ ମଧ୍ୟ ୧୯୫୭ରେ ଏହି ବିବାହରେ ବିଚ୍ଛେଦ ହୋଇଥିଲା। ୧୯୫୮ରେ ମାଣ୍ଡେଲା ଓ୍ବିନି ମେଡିକିଜେଲାଙ୍କୁ ଦ୍ୱିତୀୟ ବିବାହ କଲେ। ହେଲ ଏହା ମଧ୍ୟ ୧୯୯୬ରେ ବିଚ୍ଛେଦର ରୂପ ନେଲା। ଆଉ ୧୯୯୮ରେ ମାଣ୍ଡେଲା ଗ୍ରାସା ମାସେଲଙ୍କୁ ତୃତିୟ ଥର ପାଇଁ ବିବାହ କରିଥିଲେ। ଦୀର୍ଘ ଦିନ ଧରି ଶ୍ୱାସରୋଗରେ ପୀଡିତ ଥିବା ମାଣ୍ଡେଲା ଡିସେମ୍ବର ୫, ୨୦୧୩ରେ ୯୫ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ଶେଷ ସମୟ ପର୍ଯ୍ୟନ୍ତ ତାଙକ ତୃତୀୟ ପତ୍ନୀ ମାଣ୍ଡେଲଙ୍କ ନିକଟରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri