ବିବାଦୀୟ ସ୍ଥାନରେ ଦୋକାନ ଅନୁମତି

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ବସ୍‌ଷ୍ଟାଣ୍ଡ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଏକ ବିବାଦୀୟ ସ୍ଥାନରେ ଦୋକାନ ଖୋଲିବାକୁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ସେହି ସ୍ଥାନରେ ଏକ ଦୋକାନ ଖୋଲିବାକୁ ନେଇ ବିବାଦ ଦେଖାଯିବା ସହ ଆନ୍ଦୋଳନ ପରିସ୍ଥିତି ଉପୁଜିଥିଲା। ତାହାକୁ ସ୍ଥାନାନ୍ତର କରାଯିବା ପରେ ଏବେ କିପରି ଆଉ ଏକ ଦୋକାନକୁ ସେଠାରେ ଅନୁମତି ପ୍ରଦାନ କରାଯାଇଛି ସେ ନେଇ ଓକିଲ ସଂଘର ସଭାପତି ଜିତେନ୍ଦ୍ର ସାହୁ ପ୍ରଶ୍ନ କରିଛନ୍ତି। ସେହି ସ୍ଥାନରେ ପୂର୍ବରୁ ଏକ ଓମ୍‌ଫେଡ ପାର୍ଲର ଖୋଲାଯାଇଥିବାରୁ ସେଠାରେ ଲୋକଙ୍କ ଭିଡ଼ ଜମୁଥିଲା। ଫଳରେ ଯାତାୟାତରେ ଅସୁବିଧା ଉପୁଜିଥିଲା। ଏହାକୁ ସ୍ଥାନାନ୍ତର ଦାବିରେ ଆନ୍ଦୋଳନ ହେବା ପରେ ପୌରପାଳିକା ସେଠାରୁ ଦୋକାନ ଉଚ୍ଛେଦ କରିଥିଲା। ହେଲେ ଏବେ ପୁଣି ସେହି ସ୍ଥାନରେ ଲସି ଦୋକାନ ହେବାକୁ ଥିବାରୁ ପୂର୍ବପରି ଅବସ୍ଥା ସୃଷ୍ଟି ସହ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ତେଣୁ ସେଠାରୁ ଦୋକାନ ସ୍ଥାନାନ୍ତର କରାଯିବାକୁ ଓକିଲ ସଂଘ ସଭାପତି ସାହୁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ପୁନଃ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଉକ୍ତ ସ୍ଥାନରେ ଲୋକମାନେ ଅଳିଆ ଗଦା କରୁଥିବାରୁ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସେଠାରେ ସର୍ବସାଧାରଣଙ୍କ ନିମନ୍ତେ ଏକ ପରିସ୍ରାଗାର ଖୋଲାଯିବ। ଏନେଇ ବୁଧବାର ଟେଣ୍ଡର ଖୋଲାଯାଇଛି। କାର୍ଯ୍ୟ ଆରମ୍ଭ ବେହାର ୧୫ ଦିନ ମଧ୍ୟରେ ଦୋକାନ ଉଠାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

ବେଆଇନ ଭାବରେ ଅନ୍‌ଲୋଡିଂ ହେଉଥିଲା ଶହଶହ ଜିଞ୍ଜର ବୋତଲ, ମାଡ଼ିବସିଲା ଅବକାରୀ ବିଭାଗ

ବାଲେଶ୍ୱର,୨୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ନିକଟ ଖେଳପଡ଼ିଆରେ ବେଆଇନ ଭାବେ ଏକ…

ଦନ୍ତା ଦଳିଦେବା ପରେ ପରିବାର ଲୋକେ କଲେ ଏମିତି କାମ, ଅମର ରହିଗଲେ ଊର୍ମିଳା

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଊର୍ମିଳା ରାଉତ(୫୧) ରବିବାର ସକାଳେ ଦନ୍ତା ହାତୀ…

ବାଇକ୍‌ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri